Categories: ଫୁରସତ

କେବେ ବି ପ୍ରଧାନମନ୍ତ୍ରୀ ହେବାକୁ ରାଜୀବ ଗାନ୍ଧୀଙ୍କ ଇଚ୍ଛା ନ ଥିଲା, କାରଣ ଜାଣିଲେ…

ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମଦିବସ। ୧୯୪୪ ମସିହା ଅଗଷ୍ଟ ୨୦ରେ ରାଜୀବ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ। ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ରାଜୀବ ମାତ୍ର ୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପରେ ଯେତେବେଳେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ରାଜୀବ କେବେ ରାଜନୀତିରେ ଆଗ୍ରହୀ ନ ଥିଲେ। କାରଣ ସେ କେବଳ ପାଇଲଟ ଭାବରେ ନିଜର କ୍ୟାରିୟର କରିବାକୁ ଚାହୁଁଥିଲେ। କିନ୍ତୁ ପରିସ୍ଥିତି ଏପରି ହେଲା ଯେ, ରାଜୀବଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଏବଂ ସିଧାସଳଖ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ପଡ଼ିଲା। ତାଙ୍କ ଭାଇ ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ରାଜୀବ ରାଜନୀତିରେ ପ୍ରବେଶ କରିଥିଲେ।

Share