Posted inଜାତୀୟ

ରାଜୀବ ବଂଶଲ ବେସାମରିକ ବିମାନ ଚଳାଚଳ ସଚିବ

ନୂଆଦିଲ୍ଲୀ,୨୩।୯: ଏୟାର ଇଣ୍ଡିଆ ଅଧ୍ୟକ୍ଷ ରାଜୀବ ବଂଶଲଙ୍କୁ କେନ୍ଦ୍ର ସରକାର ବେସାମରିକ ବିମାନ ଚଳାଚଳ ସଚିବ ଭାବେ ନିଯୁକ୍ତ କରିଛନ୍ତି। ବେସାମରିକ ବିମାନ ଚଳାଚଳ ସଚିବ ଭାବେ କାର୍ଯ୍ୟରତ ପ୍ରଦୀପ ସିଂ ଖରୋଲାଙ୍କ କାର୍ଯ୍ୟକାଳ ଚଳିତ ମାସ ଶେଷରେ ସମାପ୍ତ ହେଉଛି। ତାଙ୍କ ସ୍ଥାନରେ ୧୯୮୮ ବ୍ୟାଚ୍‌ ନାଗାଲାଣ୍ଡ କ୍ୟାଡର ଆଇଏଏସ୍‌ ଅଫିସର ବଂଶଲ ଅବସ୍ଥାପିତ ହେବେ। ସେହିଭଳି ଅର୍ଥନୈତିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ କେ.ରାଜାରାମଙ୍କୁ ଟେଲିକମ୍ୟୁନିକେଶନ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେପ୍ଟେମ୍ବର ୩୦ରେ ଏହି ପଦବୀରେ କାର୍ଯ୍ୟ କରୁଥିବା ଅଂଶୁ ପ୍ରକାଶଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ରାଜାରାମ ନୂଆକରି ଦାୟିତ୍ୱ ଗ୍ରହଣ କରିବେ। ସେହିଭଳି ଇସ୍ପାତ ସଚିବ ପ୍ରଦୀପ କୁମାର ତ୍ରିପାଠୀଙ୍କୁ କାର୍ମିକ ଏବଂ ତାଲିମ ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି।
ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ସଚିବ ଗୋବିନ୍ଦ ମୋହନ ସଂସ୍କୃତି ମନ୍ତ୍ରଣାଳୟ ସଚିବ, ଦିଲ୍ଲୀ ବିକାଶ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ ଅନୁରାଗ ଜୈନ ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ସଚିବ, ନ୍ୟାଶନାଲ ଇଣ୍ଡଷ୍ଟ୍ରିଆଲ କରିଡର ଡେଭଲପମେଣ୍ଟ କର୍ପୋରେଶନ ଲିମିଟେଡ୍‌ର ଏମ୍‌ଡି ତଥା ସିଇଓ କେ. ସଞ୍ଜୟ ମୂର୍ତ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦେବେନ୍ଦ୍ର କୁମାର ସିଂଙ୍କୁ କର୍ପୋରେଶନ ସଚିବ ଭାବେ ନିଯୁକ୍ତ କରାଯାଇଛି। କେନ୍ଦ୍ରୀୟ ଭବିଷ୍ୟନିଧି ପାଣ୍ଠି କମିଶନର ଭାବେ କାର୍ଯ୍ୟରତ ସୁନୀଲ ବର୍ଥଓ୍ବାଲ ଶ୍ରମ ଏବଂ ନିୟୋଜନ ସଚିବ, ଶ୍ରମ ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ଅନୁରାଧା ପ୍ରସାଦ ଆନ୍ତଃରାଜ୍ୟ ସେକ୍ରେଟେରିଏଟ କାଉନସିଲ ସଚିବ, ଅନସୁଲି ଆର୍ଯ୍ୟା ସରକାରୀ ଭାଷା ବିଭାଗ, ରାଜେଶ ଅଗ୍ରଓ୍ବାଲ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ସଚିବ, ଲୋକ ରଞ୍ଜନ ଓ ସୁଜାତା ଚତୁର୍ବେଦୀ ଉତ୍ତର ପୂର୍ବ ଅଞ୍ଚଳ ବିକାଶ ମନ୍ତ୍ରଣାଳୟ ଏବଂ କ୍ରୀଡା ବିଭାଗ ସଚିବ, ଭି. ଶ୍ରୀନିବାସ ପ୍ରଶାସନିକ ସଂସ୍କାର ବିଭାଗର ସ୍ବତନ୍ତ୍ର ସଚିବ, କେ. ଶ୍ରୀନିବାସ ଏବଂ ଅରୁନ କୁମାରଙ୍କୁ ଭାରତ ସରକାରଙ୍କ ସଚିବ ର଼୍ୟାଙ୍କ ଏବଂ ପେ ପ୍ରଦାନ କରାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଠିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri