ଅବ୍ୟବସ୍ଥାରେ ରାଜୀବ ଆବାସ, ଅଭିଯୋଗ ସତ୍ତ୍ୱେ ଫଳ ଶୂନ୍‌

ବ୍ରହ୍ମପୁର ଅଫିସ,୬ା୧୨: ବସ୍ତି ବାସିନ୍ଦାଙ୍କୁ ମାୈଳିକ ସୁବିଧା ଯୋଗାଇ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ରାଜୀବ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ଏହି ମର୍ମରେ ରାଜ୍ୟର ବିଭିନ୍ନ ସହରରେ ସ୍ଥାନ ଚିହ୍ନଟ କରାଯାଇ ରାଜୀବ ଆବାସ ନିର୍ମାଣ କରାଯାଇଥିଲା। ଫଳରେ ସହରର ବସ୍ତି ବାସିନ୍ଦା ଏଠାରେ ବସବାସ କରି ସମସ୍ତ ମାୈଳିକ ସୁବିଧା ପାଇବାରେ ଉପକୃତ ହୋଇପାରିବେ। କିନ୍ତୁ ତାହା ଅବ୍ୟବସ୍ଥାରେ ରହିଛି।

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୨୦୧୫-୧୬ରେ ସହରର ଧୋବା ବନ୍ଧ, ଉତ୍ତରାମୁଖୀ, ଚନ୍ଦନ ନଗର, ଜଗବନ୍ଧୁ ହୁଡ଼ା, ଆଇନା ବନ୍ଧ, ପୂର୍ଣ୍ଣବାସୀ କଲୋନୀ, ନୀଳାଦ୍ରି ବିହାର, ନେହେରୁ ନଗର, ପଣ୍ଡା କଲୋନୀ, ଆନନ୍ଦ ସରଣୀ, ଫାଷ୍ଟ ଗେଟ୍‌ ତେଲି ଶ୍ମାଶାନ୍‌, ପାନକାନା ପଲ୍ଲୀ ଓ ସୋମାନାଥ ନଗର ଆଦି ଅଞ୍ଚଳରେ ଜାଗା ଚିହ୍ନଟ କରାଯାଇ ରାଜୀବ ଆବାସ ନିର୍ମାଣ ହୋଇଥିଲା। ଏଥିରୁ ୮ ଟି ସ୍ଥାନରେ କାମ ଶେଷ ହୋଇଥିବା ବେଳେ ବଳକା କାର୍ଯ୍ୟ ଚାଲିଛି। ବିଏମ୍‌ସି ପକ୍ଷରୁ ୨୧୮୦ ପରିବାରଙ୍କ ନିମନ୍ତେ ୧୭୦୦ ଘର ନିର୍ମାଣ ସରିଛି। ଏଥିରେ ଏକ ହଜାର ଲୋକ ବାସ କରୁଛନ୍ତି। ଯେଉଁଥିପାଇଁ ପରିବାର ପିଛା ୪୦ ହଜାର ଟଙ୍କା ଆଦାୟ ମଧ୍ୟ କରିଛି। ଖୁବ୍‌ ଶୀଘ୍ର ଅନ୍ୟ ଗୃହ କାର୍ଯ୍ୟ ଶେଷ ହେବ ବୋଲି ବିଏମ୍‌ସି ସହକାରୀ ନିର୍ବାହୀ ଯନ୍ତ୍ରୀ ଏମ୍‌.ନାଗେଶ୍ୱର ସୁବୁଦ୍ଧି କହିଛନ୍ତି। ତେବେ ବିଏମ୍‌ସି ପକ୍ଷରୁ ନିର୍ମାଣ ଗୃହଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ବସ୍ତି ବାସିନ୍ଦା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହାର ଉଦାହରଣ ହେଉଛି ମହାନଗର ନିଗମ ୧ ନମ୍ବର ୱାର୍ଡ଼ ଅନ୍ତର୍ଗତ ଉତ୍ତରାମୁଖୀ ସାହିରେ ଥିବା ରାଜୀବ ଆବାସ। ଏଠାରେ ଥିବା ଛଅଟି ବ୍ଲକରେ ପ୍ରାୟ ୧୦୦ ପରିବାର ରହୁଛନ୍ତି। ସହରର ହରିଡ଼ାଖଣ୍ଡି, ଶକ୍ତି ନଗର, ଧର୍ମନଗର, କେନାଲ ସାହି, ଫାଷ୍ଟ ଗେଟ୍‌ ଓ ମାଛ ମାର୍କେଟ ଆଦି ଅଞ୍ଚଳରେ ବସ୍ତି ବାସିନ୍ଦା ରହୁଛନ୍ତି। କିନ୍ତୁ ଏଠାରେ ଥିବା ଲୋକଙ୍କ ସମସ୍ୟା କହିଲେ ନ ସରେ। ବିଏମ୍‌ସି ପକ୍ଷରୁ ଗୃହ ହସ୍ତାନ୍ତର କରାଯାଇଛି ସତ କିନ୍ତୁ ସମସ୍ୟା ସମାଧାନ କ୍ଷେତ୍ରରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ବସ୍ତି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ବିଶେଷ କରି ଏଠାରେ ରହିଥିବା ଡ଼୍ରେନ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ପଡ଼ିଛି। ଦୀର୍ଘ ଦିନ ଧରି ଏହାର ମରାମତି ହେଉ ନ ଥିବାରୁ ନର୍ଦ୍ଦମା ପାଣି ଘରେ ପଶୁଥିବାରୁ ଲୋକେ ନାନା ହଇରାଣ ହେଉଛନ୍ତି। ବିଏମ୍‌ସି ପକ୍ଷରୁ ଆଲୋକୀକରଣର ବ୍ୟବସ୍ଥା କରାଯାଇଛି ସତ କିନ୍ତୁ ଲାଇଟ୍‌ ଠିକ୍‌ ଭାବେ ଜଳୁ ନାହିଁ। ଫଳରେ ସଞ୍ଜ ନଇଁଲେ ବାସିନ୍ଦାମାନେ କାୈଣସି ଜରୁରୀ କାର୍ଯ୍ୟରେ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି। ଏଥିସହ ନଳକୂପର ଅଛି, କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ହେଲେ ଏଠାକାର ଲୋକେ ନିଜ ଖର୍ଚ୍ଚରେ ତିଆରି କରୁଛନ୍ତି।

ନାଳ ନର୍ଦ୍ଦମା କିମ୍ବା ଅଳିଆ ଆବର୍ଜନା ସଫା ନିମନ୍ତେ କାୈଣସି ସଫେଇ କର୍ମଚାରୀ ଆସୁ ନ ଥିବା ବାସିନ୍ଦା କହିଛନ୍ତି। ଫଳରେ ମଶା ମାଛିଙ୍କ ପ୍ରାଦୃଭାବ ବଢୁଛି। କୋଠାର କାନ୍ଥରେ ଫାଟ ସୃଷ୍ଟି ହୋଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏ ନେଇ ବିଏମ୍‌ସି ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଏମ୍‌.ନାଗେଶ୍ୱର ସୁବୁଦ୍ଧିଙ୍କ ସହ ଯୋଗାଯୋଗ କରିବାରୁ ଅଭିଯୋଗ ହସ୍ତଗତ ହୋଇଛି ଖବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri