ଲୁଚାଛପାରେ ବିବାହ କରିନେଲେ ଆରତୀ ! ରାଜୀବଙ୍କ ସହ ଫଟୋ ଭାଇରାଲ ପରେ…

ବମ୍ବେ: ଲୁଚାଛପାରେ ବିବାହ କରିନେଇଛନ୍ତି ବିଗ୍‌ବସ୍‌ର ପୂର୍ବତନ ପ୍ରତିଯୋଗୀ ତଥା କମେଡିଆନ୍‌ କୃଷ୍ଣା ଅଭିଷେକଙ୍କ ଭଉଣୀ ଆରତୀ ସିଂ। ବ୍ୟବସାୟୀ ତଥା ମଡେଲ ରାଜୀବ ଅଦାତିଆଙ୍କ ହାତ ଧରିଛନ୍ତି ସେ। ଉଭୟଙ୍କ ବରବଧୂ ବେଶର ଫଟୋ ଭାଇରାଲ ପରେ ଏଭଳି କିଛି ଏଭଳି ଚର୍ଚ୍ଚା ବଢ଼ିବାରେ ଲାଗିଛି।

ରାଜୀବ ଏବଂ ଆରତୀ ନିଜ ନିଜ ସୋସିଆଲ ଆକାଉଣ୍ଟରେ ବିବାହ ପୋଷାକ ପିନ୍ଧି ଫିଲ୍ମ ‘ତନୁ ଓ୍ବେଡ୍ସ ମନୁ ‘’ ପୋଜ୍‌ରେ ଫଟୋ ଶେୟାର କରିଥିଲେ। ଫଟୋଗୁଡ଼ିକ ଭାଇରାଲ ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବା ସହ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଥିଲେ ଅନେକେ। ହେଲେ ଏହି ବିବାହ ସତ ନୁହେଁ ବୋଲି ଜଣାପଡ଼ିଛି। ଏକ କ୍ୟାଲେଣ୍ଡର ଲାଗି ଦୁହେଁ ଫଟୋଶୁଟ୍‌ କରାଇଛନ୍ତି। ଏବେ ବି ରାଜୀବ ଏବଂ ଆରତୀ ସିଙ୍ଗଲ ଥାଇ ନିଜ ନିଜ ଜୀବନରେ ଖୁସିରେ ଅଛନ୍ତି ବୋଲି କୁହାଯାଉଛି।

Share