ପୁଣି ଝୁଲିଲା ରଜନୀକାନ୍ତଙ୍କ ଭାଗ୍ୟ

ଅନୁଗୋଳ,୧୨।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏପରି କି ଅନୁଗୋଳ ବିଧାୟକ ରଜନୀକାନ୍ତଙ୍କ ଭାଗ୍ୟ ପୁଣି ଥରେ ଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଥିବା ଆଲୋଚନା ହେଉଛି। ଅନୁଗୋଳ ପାଇଁ ପ୍ରାର୍ଥୀ ତାଲିକା ଘୋଷଣାରେ ଯେତିକି ବିଳମ୍ବ ହେଉଛି, ବିଧାୟକଙ୍କ ସମର୍ଥକ ଓ ସ୍ଥାନୀୟ ନେତା, କର୍ମୀଙ୍କ ମନରେ ସେତିକି ଛନକା ପଶୁଛି। ଗତ ୨ ଦିନ ତଳେ ଭୁବନେଶ୍ୱରରେ ରଜନୀକାନ୍ତ ସିଂହଙ୍କ ଶୁଭେଚ୍ଛୁମାନେ ମେଳି ହୋଇ ଟିକେଟ୍‌ ତୁରନ୍ତ ପ୍ରଦାନ କରିବାକୁ ଦାବି କରିଥିଲେ ହେଁ ଗୁରୁବାର ଟିକେଟ୍‌ ଘୋଷଣା ହୋଇ ନ ଥିବାରୁ ରଜନୀଙ୍କ ଶେଷ ଅସ୍ତ୍ର କାମ କଲାନି ବୋଲି ଅନୁଗୋଳରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ପରେ ଅନୁଗୋଳ ବିଜେଡିରୁ ଆଶାୟୀ ଥିବା ଅନ୍ୟ ନେତାମାନଙ୍କ ମନରେ ଆଶା ସୃଷ୍ଟି ହୋଇଥିବା ରାଜନୈତିକ ସମୀକ୍ଷକମାନେ ପ୍ରକାଶ କରିଛନ୍ତି।
ସମୀକ୍ଷକମାନଙ୍କ କହିବା ଅନୁଯାୟୀ, ଅନୁଗୋଳ ନିର୍ବାଚନମଣ୍ଡଳୀକୁ ଦୀର୍ଘ ୨୪ ବର୍ଷ ହେଲା ବିଧାୟକ ସିଂହଙ୍କ ପରିବାର ଅକ୍ତିଆରରେ ରଖି ଆସିଛନ୍ତି। ହେଲେ ଦଳୀୟ ଟିକେଟ୍‌ ପାଇଁ ପ୍ରଥମ ଥର କରି ବିଧାୟକ ସିଂହଙ୍କୁ ଏତେ କଳ, ବଳ ଓ କୌଶଳ ଆପଣାଇବାକୁ ପଡ଼ୁଛି। ଏପରି କି ରଜନୀଙ୍କ ୨୦ ବର୍ଷର ରାଜନୈତିକ ଜୀବନରେ ପ୍ରଥମ ଥର ଏହା ଦେଖିବାକୁ ମିଳୁଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ଶେଷ ମୁହୂର୍ତ୍ତରେ ରଜନୀକାନ୍ତଙ୍କୁ ଟିକେଟ୍‌ ମିଳିଥିଲା। କିନ୍ତୁ ଏଥର ପରିବାରବାଦ୍‌ ବିରୋଧରେ ଅନୁଗୋଳରେ ଜୋର୍‌ଦାର ସ୍ବର ଉତ୍ତୋଳନ ହେଉଥିବାରୁ ଏବଂ ରଜନୀକାନ୍ତଙ୍କ ଲୋକପ୍ରିୟତା ସହ ଭୋଟ୍‌ ହାର କ୍ରମାଗତ ହ୍ରାସ ପାଉଥିବା ଦେଖି ବିଜେଡି ଟିକେଟ୍‌ ନିଷ୍ପତ୍ତି ନେବାରେ ଅଧିକ ସମୟ ନେଉଛି। ଇତିମଧ୍ୟରେ ରଜନୀଙ୍କ ସ୍ଥାନରେ ତାଙ୍କ ପୁଅ ଅରୁଣାଭ କିମ୍ବା ସ୍ତ୍ରୀ ସଂଯୁକ୍ତାଙ୍କୁ ଟିକେଟ୍‌ ଦେବାକୁ ଯେଉଁ ଦାବି ହେଉଥିଲା ତାହା ମଧ୍ୟ ଥମିଯାଇଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ସମର୍ଥକମାନଙ୍କୁ ନେଇ ମେଳି କରିବା ସହ ତାଙ୍କୁ ଟିକେଟ୍‌ ପ୍ରଦାନ କରିବାକୁ ରଜନୀକାନ୍ତ ଖୋଲାଖୋଲି ଦାବି କରିଥିଲେ। ତାଙ୍କ ନାମରେ ଆପରାଧିକ ମାମଲା କିମ୍ବା କୌଣସି ଅଭିଯୋଗ ନ ଥିବା ଗଣମାଧ୍ୟମକୁ କହିଥିଲେ। ତେଣୁ ତାଙ୍କ ପରିବାରର କାହାକୁ ନହେଁ, ବରଂ ତାଙ୍କୁ ଟିକେଟ୍‌ ପାଇଁ ସେ ଲବି କରିଥିଲେ। ଟିକେଟ୍‌ ପ୍ରଦାନ କରିବାରେ ବିଳମ୍ବ ଯୋଗୁ ତାଙ୍କୁ ଓ କର୍ମୀଙ୍କୁ ସାମାଜିକ ଗଣମାଧ୍ୟମରେ ଟାଇ ଟପରା ଶୁଣିବାକୁ ପଡ଼ୁଛି ବୋଲି ସେ ସଫେଇ ଦେଇଥିଲେ। କିନ୍ତୁ ୪ର୍ଥ ପର୍ଯ୍ୟାୟରେ ତାଳଚେର ପାଇଁ ଟିକେଟ୍‌ ଘୋଷଣା ପରେ ରଜନୀଙ୍କ ପାଇଁ ଅନୁଗୋଳ ଟେନ୍‌ସନ୍‌ ବଢ଼ିବାରେ ଲାଗିଛି। ଅନ୍ୟପଟେ ଆଦର୍ଶ ଗ୍ରୁପ୍‌ ମୁଖ୍ୟ ମହେଶ ଧଳ ମଧ୍ୟ ବିଜେଡିି ବିଧାୟକ ଟିକେଟ୍‌ ଦୌଡ଼ରେ ରହିଛନ୍ତି। ସେ ନୂଆ ମୁହଁ ଓ ଟିକେଟ୍‌ ପାଇଁ ଅନ୍ୟତମ ଦାବିଦାର ହୋଇଥିବାରୁ ତାଙ୍କୁ ଦଳ କିଭଳି ଗୁରୁତ୍ୱ ଦେବ ସେ ନେଇ ମଧ୍ୟ ଅଙ୍କକଷା ଚାଲିଛି। ବସୁଧା ଯୋଜନାର ଉପଦେଷ୍ଟା ତଥା ଜିଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ ମଧ୍ୟ ଏହି ଟିକେଟ୍‌ ଦୈଡ଼ରେ ରହିଛନ୍ତି। ତେଣୁ ଦଳ ନିକଟରେ ବିକଳ୍ପ ଥିବାରୁ ଶେଷ ପର୍ଯ୍ୟାୟରେ ଅନୁଗୋଳର ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri