ବଡ ଘୋଷଣା କରିପାରନ୍ତି ରଜନୀକାନ୍ତ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ରଜନୀକାନ୍ତ ଅଭିନୟ ଛାଡି ରାଜନୀତିରେ ଯୋଗଦେବେ। ସୋମବାର ତାଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଏକ ବୈଠକ କରି ରାଜନୀତିରେ ପ୍ରବେଶ କରିବେ। ତେବେ କିଛି ଦିନ ପୂର୍ବରୁ ଡାକ୍ତରମାନେ ତାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିରେ ସକ୍ରିୟ ନ ହେବାକୁ ପରାମର୍ଶ ଦେଇଥିଲେ। ପ୍ରାୟ ଏକ ମାସ ପୂର୍ବେ ରଜନୀକାନ୍ତ କହିଥିଲେ ଯେ ସେ ଉପଯୁକ୍ତ ସମୟରେ ମାଣ୍ଡ୍ରମର ଅଧିକାରୀଙ୍କ ସହ ଆଲୋଚନା କରି ତାଙ୍କ ରାଜନୈତିତିକ ଆଭିମୁଖ୍ୟ ବିଷୟରେ ଜଣାଇବେ। ତେଣୁ ବୈଠକ ପରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଆଶା କରାଯାଉଛି। ୨୦୨୧ ଏପ୍ରିଲ-ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ସୂଚନାଯୋଗ୍ୟ ଯେ ମାଣ୍ଡ୍ରାମ ଏକ ସଂସ୍ଥା ଭାବରେ କାର୍ଯ୍ୟକରୁଥିଲା। ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ଏକ ରାଜନୈତିକ ଦଳରେ ପରିଣତ ହେବା ପାଇଁ ଚେଷ୍ଟା ଚାଲିଛି। ୭୦ ବର୍ଷ ବୟସ୍କ ରଜନୀକାନ୍ତଙ୍କ କିଡନୀ ପ୍ରତିରୋପଣ ହେତୁ ଅନ୍ୟମାନଙ୍କ ତୁଳନାରେ ତାଙ୍କ ଶରୀରର ପ୍ରତିରକ୍ଷା ପ୍ରଣାଳୀ ସାମାନ୍ୟ ଦୁର୍ବଳ ହୋଇଯାଇଛି। ତେଣୁ କରୋନା ଜୀବାଣୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। ଏହି ଦିଗକୁ ଦୃଷ୍ଟିରେ ରଖି ଡାକ୍ତରମାନେ ରଜନୀକାନ୍ତଙ୍କୁ ମହାମାରୀ ସମୟରେ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। କିଡନୀ ସମସ୍ୟାର ସମାଧାନ ପାଇଁ ସେ ୨୦୧୧ ରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ଏବଂ ପରେ ମେ ୨୦୧୬ ରେ ଆମେରିକାର ଡାକ୍ତରଖାନାରେ କିଡନୀ ପ୍ରତିରୋପଣ କରାଯାଇଥିଲା। ରଜନୀ କହିଥିଲେ ଯେ, ସେ ତାମିଲନାଡୁରେ ରାଜନୈତିକ ବିପ୍ଳବ ଆଣିବାକୁ ଚାହୁଁଛନ୍ତି ଏବଂ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହାଁନ୍ତି।

 

Share