Categories: ଜାତୀୟ

ରଜନୀକାନ୍ତଙ୍କ ହେଲା ଅସ୍ତ୍ରୋପଚାର

ଚେନ୍ନାଇ,୨୯।୧୦: ସୁପରଷ୍ଟାର ରଜନୀକାନ୍ତଙ୍କ ଶୁକ୍ରବାର ଚେନ୍ନାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ କାରୋଟିଡ୍‌ ଅର୍ଟେରି ରିଭାସ୍କୁଲାରାଇଜେଶନ ଅସ୍ତ୍ରୋପଚାର କରାଯାଇଛି। ସେ କିଛିଦିନ ଭିତରେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଅସୁସ୍ଥ ଅନୁଭବ କରିବାରୁ ରଜନୀକାନ୍ତ ଗୁରୁବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରେଗୁଲାର ହେଲ୍‌ଥ ଚେକ୍‌ଅପ୍‌ ପାଇଁ ସେ ହସ୍ପିଟାଲ ଆସିଥିବା ତାଙ୍କ ଡାକ୍ତର ରିଆଜ କେ. ଅହମଦ କହିଥିଲେ। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ପରେ କାରୋଟିଡ୍‌ ଅର୍ଟେରୀ ରିଭାସ୍କୁଲାରାଇଜେଶନ ପାଇଁ ପରାମର୍ଶ ଦେଇଥିଲେ। ଏହି ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି ଓ ସେ ସୁସ୍ଥ ହେଉଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୪ ଦିନ ପୂର୍ବରୁ ନୂଆଦିଲ୍ଲୀଠାରେ ରଜନୀକାନ୍ତ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁଙ୍କଠାରୁ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଥିଲେ।

Share