ରାଜେଶ ହତ୍ୟାକାଣ୍ଡ:  ଅଭିଯୁକ୍ତଙ୍କୁ ଧରିବା ପ୍ରତିବାଦରେ ରାଜପଥ ଅବରୋଧ 

ପରଜଙ୍ଗ,୧୧।୧(ନିଗମାନନ୍ଦ ଦଳବେହେରା): ବହୁ ଚର୍ଚ୍ଚିତ ଫଟୋ ଗ୍ରାଫର୍‌  ରାଜେଶ ପାଣି ହତ୍ୟାକାଣ୍ଡକୁ  ଇତି ମଧ୍ୟରେ ଦୁଇ ମାସ  ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ କାମାକ୍ଷାନଗର ପୋଲିସ।
ସୂଚନା ମୁତାବକ ପରଜଙ୍ଗ ଥାନା ସାଆନ୍ଦା ଗ୍ରାମର ରାଜେଶ କୁମାର ପାଣି (ଲୁଲୁ) ଗତ ନଭେମ୍ବର ୧୩ ତାରିଖ  ଗୁରୁବାର ଘରୁ ବାହାରି ମୁକ୍ତାପଶି ଗ୍ରାମକୁ ନିର୍ବନ୍ଧ ଭିଡିଓ ସୁଟିଂ ପାଇଁ ଯାଉଥିବା ସ୍ତ୍ରୀକୁ କହି କ୍ୟାମେରା ଧରି ଘରୁ ଯାଇଥିଲେ । ତେବେ  ବିଳମ୍ବିତ ସମୟ ପର୍ଯ୍ୟନ୍ତ ରାଜେଶ ଘରକୁ ଫେରି ନ ଥିଲେ। କିମ୍ବା ଫୋନ ସୁଇଚି ଅପ ଦେଖାଇଥିଲା ଯାହାକି ସ୍ତ୍ରୀଙ୍କୁ ସନ୍ଦେହ ହୋଇଥିଲା । ପରିବାର ଲୋକେ ମୁକ୍ତାପଶି ଗ୍ରାମ ଓ ଆଖପାଖ ଅଞ୍ଚଳକୁ ଯାଇ ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ମିଳିପାରି ନଥିଲା । ମାତ୍ର ୧୪ ତାରିଖ  ଶୁକ୍ରବାର  ମୁକ୍ତାପଶି ଗ୍ରାମ ମହୋତ୍ସବ ଖନ୍ଦା ପୋଖରୀରେ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବା ପରେ ଘଟଣା ପ୍ରଚାରିତ ହୋଇଯାଇଥିଲା । ଖବର ପାଇ  କାମାଖ୍ୟାନଗର ପୋଲିସ ଏବଂ ପରିବାର ଲୋକ ସେଠାରେ ପହଞ୍ଚି ଥିଲେ, ମୃତଦେହ ଉଦ୍ଧାରକୁ  ୨ ମାସ ରୁ ଊର୍ଦ୍ଧ୍ୱ  ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାଣ୍ଡ ଘଟାଇଥିବା କିମ୍ବା ହତ୍ୟାକାଣ୍ଡ ଉପରୁ ରହସ୍ୟ ହଟାଇ ପାରିନାହିଁ ।
ଏହାର ପ୍ରତିବାଦରେ ମୃତ ରାଜେଶଙ୍କ ସ୍ତ୍ରୀ,ପରିବାର,ସମ୍ପର୍କୀୟ ,ଅଞ୍ଚଳବାସୀ ସମେତ ପରଜଙ୍ଗ ନିର୍ବାଚନମଣ୍ଡଳୀର ବ୍ଲକ  କଂଗ୍ରେସ କମିଟି ସଂଯୋଜକ ଅବିନାଶ ପଣ୍ଡାଙ୍କ ନେତୃତୁରେ ଶତାଧିକ କର୍ମୀ ୫୩ ନଂ ଜାତୀୟ ରାଜପଥ ବାରିହାପୁର ଗ୍ରାମ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର  ଉଭୟ ପାର୍ଶ୍ୱରେ ଗାଡ଼ି ଗୁଡ଼ିକ ଅଟକି ରହିଛି । ରାସ୍ତାରୋକ ସ୍ଥଳରେ ପରଜଙ୍ଗ ପୋଲିସ ଉପସ୍ଥିତ ଅଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...

ଘର ସମ୍ମୁଖରୁ ପିକ୍‌ଅପ୍‌ ଗାଡ଼ି ଚୋରି

ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨...

ବିରାଟ କୋହଲିଙ୍କ ବିଶ୍ୱ ରେକର୍ଡ: ଶତକରୁ ବଞ୍ଚିତ ହୋଇ ମଧ୍ୟ ସଚିନଙ୍କୁ ପଛରେ ପକାଇଲେ

ଭଦୋଦରା,୧୧।୧: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟର ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ଭଦୋଦରାଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ...

ଦାରିଙ୍ଗବାଡି ଶୀତ ମହୋତ୍ସର ଶେଷ ଦିନରେ ଅସୀମାଙ୍କ ଗୀତରେ ଝୁମିଲେ ଦର୍ଶକ, ବାଚସ୍ପତି କହିଲେ…

ଦାରିଙ୍ଗବାଡି, ୧୧/୧ (ଅରୁଣ ସାହୁ ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ଗତ ୪ ଦିନ ଧରି ଚାଲିଥିବା ଏକାଦଶ ତମ ଶୀତ ମହୋତ୍ସବ...

ଅଙ୍ଗୁଳି ଦେଖାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କଲେ ବ୍ଲକ ଅଧକ୍ଷା, ବିଧାୟକଙ୍କୁ ତୀର ମାରିବା ଘଟଣାର ମିଳୁନି ପ୍ରମାଣ

ହାଟଡିହୀ,୧୧।୧(ଶୁଭକାନ୍ତ ନାୟକ): ଗତ ଦୁଇ ଦିନ ପୂର୍ବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଜଣେ ଯନ୍ତ୍ରୀ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠିଙ୍କୁ ତୀର ମାରିବା...

ଆହୁରି ବଢ଼ିବ ଶୀତର ପ୍ରକୋପ: ୩ ଦିନ ମଧ୍ୟରେ ଏସବୁ ଜିଲାରେ…

ଭୁବନେଶ୍ୱର,୧୧।୧: ଓଡ଼ିଶାରେ ପୁଣି ବଢ଼ିବ ଶୀତର ପ୍ରକୋପ। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୨ ରୁ ୩...

ମକର ସଂକ୍ରାନ୍ତି ଉପଲକ୍ଷେ ସ୍ବତନ୍ତ୍ର ପ୍ରସ୍ତୁତି, ପୁଲିହାରୀ-ଡ୍ରାଏ ଫ୍ରୁଟସରେ ମା’ ଗୋଦାଦେବୀ…

ରାୟଗଡ଼ା,୧୧/୧(ଆଶିଷ ରଞ୍ଜନ ପଣ୍ଡା)- ମକର ସଂକ୍ରାନ୍ତି ଉପଲକ୍ଷେ ରାୟଗଡ଼ା ବ୍ଲକର ଜେକେପୁର ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରରେ ସ୍ଥାନୀୟ ମନ୍ଦିର ପ୍ରଭୁ ଭେଙ୍କେଟେଶ୍ବରଙ୍କ ସ୍ତ୍ରୀ ଗୋଦାଦେବୀଙ୍କ ଚିତ୍ର...

ରାୟଗଡ଼ାରେ ଖୋଲିବ ସ୍ବତନ୍ତ୍ର ସାଇବର ଥାନା, ଦାୟିତ୍ୱରେ ରହିବେ ୨ ଇନସ୍ପେକ୍ଟର

ରାୟଗଡ଼ା,୧୧।୧(ଆଶିଷ ରଞ୍ଜନ ପଣ୍ଡା)- ବର୍ତ୍ତମାନର ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ ପୂର୍ବକ ରାୟଗଡ଼ା ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri