Categories: ଜାତୀୟ

ରାଜେନ୍ଦ୍ର ନଗର ଉପ ନିର୍ବାଚନ, ଏଏପି ପ୍ରାର୍ଥୀଙ୍କ ବିଜୟ…

ନୂଆଦିଲ୍ଲୀ, ୨୬।୬ : ଦିଲ୍ଲୀର ରାଜେନ୍ଦ୍ର ନଗର ବିଧାନସଭା ଉପ ନିର୍ବାଚନରେ ଏଏପିର ଦୁର୍ଗେଶ ପାଠକ ଭାଜପାର ରାଜେଶ ଭାଟିଆଙ୍କ ପରାଜିତ କରିଛନ୍ତି। ଦୁର୍ଗେଶ ୧୧, ୪୬୮ ଭୋଟରେ ବିଜୟୀ ହୋଇଛନ୍ତି। ଦୁର୍ଗେଶ ୪୦, ୩୧୯ ଭୋଟ ପାଇଥିବାବେଳେ ରାଜେଣ ୨୮,୮୫୧ ଭୋଟ ପାଇଛନ୍ତି।

ଏଏପି ପ୍ରାର୍ଥୀଙ୍କ ବିଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନଦ୍ଦ କ୍ରେଜିଓ୍ବାଲ ରାଜେନ୍ଦ୍ର ନଗର ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଗଣତନ୍ତ୍ରର ବିଜୟ ବୋଲି କେଜ୍ରିଓ୍ବାଲ କହିଛନ୍ତି। ଏଏପି ପ୍ରତି େଲୋକଙ୍କ ଭଲ ପାଇବା ପୁଣି ପ୍ରମାଣିତ ହୋଇଥିବା ସେ କହିଛନ୍ତି।

ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରେମ୍‌ ଲାଲ୍‌ ୨,୦୧୪ ଭୋଟ ପାଇଛନ୍ତି।

Share