Categories: ଜାତୀୟ

ରାଜୀବ କୁମାର ଇସି ନିଯୁକ୍ତ

ନୂଆଦିଲ୍ଲୀ, ୨୨ା୮ : ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ଶୁକ୍ରବାର ନିର୍ବାଚନ କମିଶନର(ଇସି) ଭାବେ ନିଯୁକ୍ତି ଦିଆଯାଇଛି। ସେ ଅଗଷ୍ଟ ୩୧ରେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଆଇନ ମନ୍ତ୍ରଣାଳୟର ବିଜ୍ଞପ୍ତି ପ୍ରକାଶ ପାଇଛି। ଇସି ଅଶୋକ ଲାଭାସା ଆସନ୍ତା ୩୧ରେ ଅବସର ନେଇ ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କର ଉପାଧ୍ୟକ୍ଷ ହେବେ। ତାଙ୍କ ସ୍ଥାନରେ ରାଜୀବ କୁମାରଙ୍କୁ ଅବସ୍ଥାପିତ କରାଯିବ। ୧୯୯୪ ବ୍ୟାଚ୍‌ର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ରାଜୀବ କୁମାରଙ୍କୁ ଇସି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।

Share