କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି ରାଜୀବ ଖଣ୍ଡେଲୱାଲ!

ମୁମ୍ବାଇ: ରାଜୀବ ଖଣ୍ଡେଲୱାଲ ଟିଭି, ଚଳଚ୍ଚିତ୍ର ଏବଂ ଓଟିଟି ଦୁନିଆରେ ଏକ ଜଣାଶୁଣା ନାମ। ତାଙ୍କର ଚମତ୍କାର ପ୍ରଦର୍ଶନରେ ସେ ସମସ୍ତଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। ଖାସ୍‌ କରି ଝିଅମାନେ ତାଙ୍କର ବଡ ଫ୍ୟାନ୍‌।

ନିକଟରେ ଏକ ସାକ୍ଷାତକାରରେ ରାଜୀବ କହିଛନ୍ତି, ବଲିଉଡ ହେଉ କି ହଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ ପାଇଁ ଝିଅମାନଙ୍କ ପରି ପୁଅମାନଙ୍କୁ ମଧ୍ୟ କଷ୍ଟ କରିବାକୁ ପଡିଥାଏ। କେବଳ ଝିଅ ନୁହେଁ ପୁଅମାନଙ୍କ କ୍ଷେତ୍ରରେ ମଧ୍ୟ କାଷ୍ଟିଂ କାଉଚ ହୋଇଥାଏ। କିନ୍ତୁ ପୁଅମାନେ ଏ ବିଷୟରେ ଅଧିକ ଆଲୋଚନା କରନ୍ତି ନାହିଁ । ସେହିପରି ଝିଅମାନେ କାଷ୍ଟିଂ କାଉଚ ବିଷୟରେ କହିଲେ ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଏ। କାଷ୍ଟିଂ କାଉଚ ମୋ ସହିତ ମଧ୍ୟ ଘଟିଛି। କିନ୍ତୁ ଆମ ସମାଜର ଚିନ୍ତାଧାରା କିପରି ଦେଖନ୍ତୁ। ସେମାନେ କହନ୍ତି, ହଁ ଠିକ ଅଛି, ସେ ଜଣେ ପୁଅ। ନିଶ୍ଚୟ ସମ୍ଭାଳି ନେବ।

Share