ପଦାରେ ପଡ଼ିଲା ରାଜୀବ ଆବାସ ଦୁର୍ନୀତି:୮ ସ୍ଥାନରେ ବିଏମ୍‌ସିର ଚଢ଼ାଉ

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ):ସରକାର ସହରରେ ରହୁଥିବା ଭୂମିହୀନ, ଗୃହହୀନ ଓ ଗରିବ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ଘର ନ ପାଇ ସେମିତି ଦୟନୀୟ ଜୀବନ ବିତାଉଥିବାବେଳେ ବହୁ ଅଯୋଗ୍ୟ ବା ଜାଲ୍‌ ହିତାଧିକାରୀ ଆବାସ ଘର ହାତେଇ ନେଉଛନ୍ତି। ନିଜେ ନ ରହି ବେଆଇନ ଭାବେ ଭଡ଼ା ଲଗାଉଛନ୍ତି। ପୁଣି ଅନ୍ୟ ସ୍ଥାନରେ ସରକାରୀ ଜାଗା କବ୍‌ଜା କରି ରହୁଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଏଭଳି ଚଞ୍ଚକତା ନେଇ ବହୁ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସେଥିପ୍ରତି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନ ଥିଲେ। ତେବେ ନିକଟରେ ମୈତ୍ରିବିହାର ଥାନା ଅଞ୍ଚଳରେ ରାଜୀବ ଆବାସ ଘରେ ଭଡ଼ାରେ ରହୁଥିବା ମହିଳାଙ୍କୁ ଗଣବଳାତ୍କାର ଘଟଣା ପରେ କର୍ତ୍ତୃପକ୍ଷ କେଳେଙ୍କାରୀ କଳଙ୍କର ଦୋଷ ଛଡ଼ାଇବା ଲାଗି ଚଢ଼ାଉ ଆରମ୍ଭ କରିଛି। ବୁଧବାର ଏକାଧିକ ଟିମ୍‌ ୮ ସ୍ଥାନରେ ଚଢ଼ାଉ କରି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀଙ୍କୁ ଠାବ କରିଛି। ଅଧିକ ତଦନ୍ତ ହେଲେ ଆହୁରି ବହୁ ଜାଲ ହିତାଧିକାରୀ ସାମ୍ନାକୁ ଆସିବେ ବୋଲି ଆଶଙ୍କା କରାଯାଉଛି। ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆବଶ୍ୟକ ପଡ଼ିଲେ ସେମାନଙ୍କଠାରୁ ଘର ଛଡାଇ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ପ୍ରଥମ ଦିନରେ ଏତେ ସଂଖ୍ୟକ ଜାଲ୍‌ ହିତାଧିକାରୀ ଚିହ୍ନଟ ହେବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏହି ଚଢ଼ାଉକୁ ଲୋକଦେଖାଣିଆ ବୋଲି ଲୋକେ କହୁଥିବାବେଳେ ଏଥିରେ ବି ପ୍ରିୟାପ୍ରୀତି ତୋଷଣ ଓ ଟଙ୍କା କାରବାର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ବେଆଇନ ଭାବେ ରାଜୀବ ଆବାସ ହାତେଇଥିବା ହିତାଧିକାରୀଙ୍କୁ ଧରିବା ପାଇଁ ବିଏମ୍‌ସି ଟିମ୍‌ ସକାଳୁ ଅପରେଶନ ଆରମ୍ଭ କରିଥିଲା। ରଙ୍ଗମାଟିଆ, ମଣ୍ଡପ ବସ୍ତି, ନିଳମାଧବ ବସ୍ତି, ବୁଦ୍ଧବିହାର, ପଥରବନ୍ଧ, ମହିଁଷିଆଖାଲ, ଶାନ୍ତିନଗର ଏବଂ ସୁବୁଧିପୁର ଅଞ୍ଚଳରେ ଥିବା ୮ ଆବାସ କମ୍ପ୍ଲେକ୍ସରେ ଚଢ଼ାଉ କରିଥିଲା। ବିଏମ୍‌ସି ଟିମ୍‌ ପ୍ରତି ଘରକୁ ଯାଇ ମାଲିକଙ୍କ ପରିଚୟପତ୍ର ମାଗିଥିଲେ। ସେହି ଅନୁଯାୟୀ ଘର ମାଲିକଙ୍କ ନାମ ସହ ହିତାଧିକାରୀ ତାଲିକାକୁ ମିଳାଇଥିଲେ। କିଛି ହିତାଧିକାରୀ ଉକ୍ତ ଘରେ ରହୁଥିବାବେଳେ ଆଉ କିଛି ଘର ଭଡା ଲଗାଇ ବାହାରେ ପୁଣି ସରକାରୀ ଜାଗା ମାଡିବସି ରହୁଥିବା ନଜରକୁ ଆସିଥିଲା। ଆଉ କିଛି ହିତାଧିକାରୀ ଏଠାରେ ପାଇଥିବା ଘରକୁ ବିକ୍ରିକରି କରି ଗାଁକୁ ଚାଲିଯାଇଥିବା ଜଣାପଡିଥିଲା। ଭଡା ଲଗାଉଥିବା ମାଲିକମାନେ କେବଳ ମାସିକିଆ ଟଙ୍କା ଆଦାୟ କରିବାକୁ ଏଠାକୁ ଆସୁଛନ୍ତି ସ୍ଥାନୀୟ ଲୋକେ କହିଥିଲେ।

ଚଢ଼ାଉ ପୂର୍ବରୁ ଅଯୋଗ୍ୟ ପାଇଗଲେ ଖବର…
ଚଢ଼ାଉ ଅତି ଗୋପନୀୟତାର ସହ ହେବ ବୋଲି ଯୋଜନା ହୋଇଥିଲା। ଯେଉଁଥିପାଇଁ ଜୋନ୍‌ସ୍ତରର ଜୋନାଲ ଡେପୁଟି କମିଶନର (ଜେଡିସି) ଏହାର ଦାୟିତ୍ୱ ନେଇଥିଲେ। ହେଲେ ଚଢ଼ାଉ ପୂର୍ବରୁ ଏହି ଖବର ଭିତିରି ସମ୍ପର୍କ ରଖିଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ଯାଇଥିଲା। ତେଣୁ ଘର ଭଡ଼ା ଲଗାଇ ବାହାରେ ରହୁଥିବା ହିତାଧିକାରୀଙ୍କ ମଧ୍ୟରୁ କିଛି ରାତି ଓ ଆଉ କିଛି ସକାଳେ ଆସି ସେଠାରେ ଡେରା ପକାଇ ରହିଥିଲେ। ପୁଣି ସେମାନେ ଆଧାର କାର୍ଡକୁ ହାତରେ ଧରି ଅପେକ୍ଷା କରି ରହିଥିଲେ। ଫଳରେ ବିଏମ୍‌ସି ଟିମ୍‌ ଏମାନଙ୍କୁ ଧରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri