ପଦାରେ ପଡ଼ିଲା ରାଜୀବ ଆବାସ ଦୁର୍ନୀତି:୮ ସ୍ଥାନରେ ବିଏମ୍‌ସିର ଚଢ଼ାଉ

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ):ସରକାର ସହରରେ ରହୁଥିବା ଭୂମିହୀନ, ଗୃହହୀନ ଓ ଗରିବ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ଘର ନ ପାଇ ସେମିତି ଦୟନୀୟ ଜୀବନ ବିତାଉଥିବାବେଳେ ବହୁ ଅଯୋଗ୍ୟ ବା ଜାଲ୍‌ ହିତାଧିକାରୀ ଆବାସ ଘର ହାତେଇ ନେଉଛନ୍ତି। ନିଜେ ନ ରହି ବେଆଇନ ଭାବେ ଭଡ଼ା ଲଗାଉଛନ୍ତି। ପୁଣି ଅନ୍ୟ ସ୍ଥାନରେ ସରକାରୀ ଜାଗା କବ୍‌ଜା କରି ରହୁଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଏଭଳି ଚଞ୍ଚକତା ନେଇ ବହୁ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସେଥିପ୍ରତି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନ ଥିଲେ। ତେବେ ନିକଟରେ ମୈତ୍ରିବିହାର ଥାନା ଅଞ୍ଚଳରେ ରାଜୀବ ଆବାସ ଘରେ ଭଡ଼ାରେ ରହୁଥିବା ମହିଳାଙ୍କୁ ଗଣବଳାତ୍କାର ଘଟଣା ପରେ କର୍ତ୍ତୃପକ୍ଷ କେଳେଙ୍କାରୀ କଳଙ୍କର ଦୋଷ ଛଡ଼ାଇବା ଲାଗି ଚଢ଼ାଉ ଆରମ୍ଭ କରିଛି। ବୁଧବାର ଏକାଧିକ ଟିମ୍‌ ୮ ସ୍ଥାନରେ ଚଢ଼ାଉ କରି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀଙ୍କୁ ଠାବ କରିଛି। ଅଧିକ ତଦନ୍ତ ହେଲେ ଆହୁରି ବହୁ ଜାଲ ହିତାଧିକାରୀ ସାମ୍ନାକୁ ଆସିବେ ବୋଲି ଆଶଙ୍କା କରାଯାଉଛି। ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆବଶ୍ୟକ ପଡ଼ିଲେ ସେମାନଙ୍କଠାରୁ ଘର ଛଡାଇ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ପ୍ରଥମ ଦିନରେ ଏତେ ସଂଖ୍ୟକ ଜାଲ୍‌ ହିତାଧିକାରୀ ଚିହ୍ନଟ ହେବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏହି ଚଢ଼ାଉକୁ ଲୋକଦେଖାଣିଆ ବୋଲି ଲୋକେ କହୁଥିବାବେଳେ ଏଥିରେ ବି ପ୍ରିୟାପ୍ରୀତି ତୋଷଣ ଓ ଟଙ୍କା କାରବାର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ବେଆଇନ ଭାବେ ରାଜୀବ ଆବାସ ହାତେଇଥିବା ହିତାଧିକାରୀଙ୍କୁ ଧରିବା ପାଇଁ ବିଏମ୍‌ସି ଟିମ୍‌ ସକାଳୁ ଅପରେଶନ ଆରମ୍ଭ କରିଥିଲା। ରଙ୍ଗମାଟିଆ, ମଣ୍ଡପ ବସ୍ତି, ନିଳମାଧବ ବସ୍ତି, ବୁଦ୍ଧବିହାର, ପଥରବନ୍ଧ, ମହିଁଷିଆଖାଲ, ଶାନ୍ତିନଗର ଏବଂ ସୁବୁଧିପୁର ଅଞ୍ଚଳରେ ଥିବା ୮ ଆବାସ କମ୍ପ୍ଲେକ୍ସରେ ଚଢ଼ାଉ କରିଥିଲା। ବିଏମ୍‌ସି ଟିମ୍‌ ପ୍ରତି ଘରକୁ ଯାଇ ମାଲିକଙ୍କ ପରିଚୟପତ୍ର ମାଗିଥିଲେ। ସେହି ଅନୁଯାୟୀ ଘର ମାଲିକଙ୍କ ନାମ ସହ ହିତାଧିକାରୀ ତାଲିକାକୁ ମିଳାଇଥିଲେ। କିଛି ହିତାଧିକାରୀ ଉକ୍ତ ଘରେ ରହୁଥିବାବେଳେ ଆଉ କିଛି ଘର ଭଡା ଲଗାଇ ବାହାରେ ପୁଣି ସରକାରୀ ଜାଗା ମାଡିବସି ରହୁଥିବା ନଜରକୁ ଆସିଥିଲା। ଆଉ କିଛି ହିତାଧିକାରୀ ଏଠାରେ ପାଇଥିବା ଘରକୁ ବିକ୍ରିକରି କରି ଗାଁକୁ ଚାଲିଯାଇଥିବା ଜଣାପଡିଥିଲା। ଭଡା ଲଗାଉଥିବା ମାଲିକମାନେ କେବଳ ମାସିକିଆ ଟଙ୍କା ଆଦାୟ କରିବାକୁ ଏଠାକୁ ଆସୁଛନ୍ତି ସ୍ଥାନୀୟ ଲୋକେ କହିଥିଲେ।

ଚଢ଼ାଉ ପୂର୍ବରୁ ଅଯୋଗ୍ୟ ପାଇଗଲେ ଖବର…
ଚଢ଼ାଉ ଅତି ଗୋପନୀୟତାର ସହ ହେବ ବୋଲି ଯୋଜନା ହୋଇଥିଲା। ଯେଉଁଥିପାଇଁ ଜୋନ୍‌ସ୍ତରର ଜୋନାଲ ଡେପୁଟି କମିଶନର (ଜେଡିସି) ଏହାର ଦାୟିତ୍ୱ ନେଇଥିଲେ। ହେଲେ ଚଢ଼ାଉ ପୂର୍ବରୁ ଏହି ଖବର ଭିତିରି ସମ୍ପର୍କ ରଖିଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ଯାଇଥିଲା। ତେଣୁ ଘର ଭଡ଼ା ଲଗାଇ ବାହାରେ ରହୁଥିବା ହିତାଧିକାରୀଙ୍କ ମଧ୍ୟରୁ କିଛି ରାତି ଓ ଆଉ କିଛି ସକାଳେ ଆସି ସେଠାରେ ଡେରା ପକାଇ ରହିଥିଲେ। ପୁଣି ସେମାନେ ଆଧାର କାର୍ଡକୁ ହାତରେ ଧରି ଅପେକ୍ଷା କରି ରହିଥିଲେ। ଫଳରେ ବିଏମ୍‌ସି ଟିମ୍‌ ଏମାନଙ୍କୁ ଧରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?