ପୁରୀ ରଥଯାତ୍ରାକୁ ନେଇ ପୁଣି ଟୁଇଟ୍‌ କଲେ ରାଜଦୀପ ସର୍ଦେଶାଇ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସିଧା ଟାର୍ଗେଟ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଟୁଇଟ୍‌ କରି ବିବାଦରେ ଫସିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍ଦେଶାଇ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସହିତ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ରଥଯାତ୍ରାକୁ ତୁଳନା କରି ଅଡୁଆରେ ପଡିଛନ୍ତି ରାଜଦୀପ । ଅଭିନେତା ସବ୍ୟସାଚୀ ମିଶ୍ର ରାଜଦୀପଙ୍କ ଏଭଳି ପୋଷ୍ଟକୁ ନିନ୍ଦା କରିବା ସହିତ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଦାବି କରିଥିଲେ। କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଟୁଇଟ ଓ୍ବାର୍‌ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ସବ୍ୟସାଚୀଙ୍କ ସମର୍ଥନରେ ଅନେକ ଶ୍ରଦ୍ଧାଳୁ ବାହାରିବା ପରେ ଶେଷରେ ରାଜଦୀପ ଏନେଇ କ୍ଷମା ପ୍ରାର୍ଥନା କରିଛନ୍ତି।

ତେବେ ଏହାପରେ ରାଜଦୀପ ପୁଣିଥରେ ପୁରୀକୁ ନେଇ ଏକ ଟୁଇଟ୍‌ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ଆଜି ସକାଳେ ପୁରୀର ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟାରେ 3 ଜଣଙ୍କର ମୃତ୍ୟ ଓ ଅନେକ ଆହତ ହୋଇଛନ୍ତି। ପୀଡିତ ଏବଂ ଆହତଙ୍କ ପରିବାର ପାଇଁ ସମବେଦନା ଏବଂ ପ୍ରାର୍ଥନା କରୁଛି। ତେବେ ପ୍ରଶ୍ନ ଉଠୁଛି ମଣିଷ ଜୀବନ କ’ଣ ଏତେ ଶସ୍ତା ଯେ ଆମେ ଗୋଟିଏ ଦଳାଚକଟା ଖବରରୁ ଅନ୍ୟ ଏକ ଖବରକୁ ଯାଉଛୁ? ଭିଡ଼ ପରିଚାଳନାକୁ କେବେ ପ୍ରାଥମିକତା ଦିଆଯିବ କି? ଧାର୍ମିକ ବିଶ୍ୱାସ କ’ଣ ଜନସାଧାରଣଙ୍କ ସୁରକ୍ଷା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ? ଏବଂ ଏଥିପାଇଁ କିଏ ଦାୟୀ: ଭକ୍ତ ନା ପ୍ରଶାସନ?

ରାଜଦୀପ ଶୁକ୍ରବାର ରାତିରେ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଥିଲେ, ଜଗନ୍ନାଥଙ୍କ ରଥଯାତ୍ରାର ଏବେ ଦୁଇଟି ଠିକଣା। ମୂଳ ରଥଯାତ୍ରା ପୁରୀରେ ହେଉଥିବାବେଳେ ପଶ୍ଚିମବଙ୍ଗ ଦୀଘା ମଧ୍ୟ ଏବେ ରଥଯାତ୍ରାର ନୂତନ ଠିକଣା ପାଲଟିଛି। ତେବେ ସବ୍ୟସାଚୀ ଏହାକୁ ରିଟୁଇଟ୍‌ କରିବା ସହିତ ଦୃଢ ଭାବରେ ନିନ୍ଦା କରିଥିଲେ। ରାଜଦୀପ୍‌ଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ କୋଟି କୋଟି ଓଡ଼ିଆ ତଥା ଜଗନ୍ନାଥ ଭକ୍ତଙ୍କୁ ଆଘାତ ଦେଇଥିବାରୁ ସେ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

 

ସବ୍ୟସାଚୀଙ୍କ ଟୁଇଟ୍‌କୁ ଲୋକଙ୍କ ସମର୍ଥନ ମିଳିବା ଦେଖି ରାଜଦୀପ୍‌ ପୁନର୍ବାର ଆଉ ଏକ ପୋଷ୍ଟ କରିଥିଲେ। ଏଥିରେ ପୁରୀ ଜଗନ୍ନାଥ ଯାତ୍ରାର କୌଣସି ତୁଳନା ନାହିଁ ଏବଂ ଏହା ସର୍ବଦା ରଥଯାତ୍ରାର ମୂଳ କେନ୍ଦ୍ର ହୋଇ ରହିବ ବୋଲି ଉଲ୍ଲେଖ କରିଥିଲେ। ସେହିପରି ଦୀଘାରେ ହେଉଥିବା ରଥଯାତ୍ରାକୁ ସ୍ବାଗତ କରିବା ଉଚିତ ବୋଲି ପୋଷ୍ଟ କରିଥିଲେ। କିଛି ସମୟ ପର୍ଯ୍ୟନ୍ତ ଏଭଳି ଟୁଇଟ୍‌ ଓ୍ବାର ଚାଲିବା ପରେ ରାଜଦୀପ ନିଜର ମନ୍ତବ୍ୟ ନେଇ କ୍ଷମା ପ୍ରାର୍ଥନା ସହିତ ଆଉ ଏକ ପୋଷ୍ଟ କରିଥିଲେ।

 

ଏନେଇ ସବ୍ୟସାଚୀ କହିଛନ୍ତି, ତାଙ୍କଭଳି ସାମ୍ବାଦିକଙ୍କ ପାଖରୁ ଏଭଳି କଥା ଆଶା କରାଯାଏନି। ଏହା କେବଳ ଏକ ପୋଷ୍ଟ ନୁହେଁ, ବରଂ ଜାତୀୟସ୍ତରରେ ଏକ ପ୍ରୋପାଗଣ୍ଡା ତିଆରି କରିବାକୁ ଚେଷ୍ଟା କରାଯାଇଛି। ତେଣୁ ଏହାକୁ ଦୃଢତାର ସହ ବିରୋଧ କରିବା ଦରକାର। ରଥଯାତ୍ରା ସମୟରେ ହଜାର ହଜାର ସ୍ଥାନରେ ଏଭଳି ରଥଯାତ୍ରା ଅନୁଷ୍ଠିତ ହେଉଛି। ମାତ୍ର କେହି ବି ପୁରୀ ରଥଯାତ୍ରା ସହିତ ଏଭଳି ତୁଳନା କରିବାକୁ ଦୁଃସାହସ କରିନାହାନ୍ତି। ଧୀରେ ଧୀରେ ମୋ ପୋଷ୍ଟକୁ ସମର୍ଥନ ମିଳିବା ଦେଖି ଶେଷରେ ସେ ଜଗନ୍ନାଥପ୍ରେମୀଙ୍କ ଆଗରେ ମୁଣ୍ଡ ନୁଅଁାଇଛନ୍ତି ବୋଲି ସବ୍ୟସାଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?