ଲକ୍ଷ୍ନୌକୁ ବିଶାଳ ଟାର୍ଗେଟ ଦେଲା ବେଙ୍ଗାଲୁରୁ

କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚ୍‌ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି) ଆଗରେ ବିଶାଳ ଟାର୍ଗେଟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଲାଯାଉଥିବା ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୭ ଉଇକେଟ୍ ହରାଇ ୨୦୭ ରନ୍ କରିଛି। ଫଳରେ ଲକ୍ଷ୍ନୌକୁ ୨୦୮ ରନର ବିଜୟ ଲକ୍ଷ୍ୟ ମିଳିଛି।ବେଙ୍ଗାଲୁରୁ ପକ୍ଷରୁ ରଜତ ପଟିଦାର ମାତ୍ର ୫୪ ବଲରୁ ୧୧୨ ରନ୍ ର ଅପରାଜିତ ଇନିଂସ ଖେଳି ଥିଲେ। ପଟିଦାର ତାଙ୍କ ଇନିଂସରେ ୭ଟି ଛକା ଓ ୧୨ଟି ଚୌକା ମାରି ଥିଲେ। ସେହିପରି କାର୍ତ୍ତିକ ୫ଟି ଚୌକା ଓ ୧ ଛକା ସହ ୨୩ ବଲରେ ୩୭ ରନ୍‌ର ଇନିଂସ ଖେଳି ଥିଲେ।

ଏହି ମ୍ଯାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା। ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ, ଅଭେସ ଖାନ୍, କ୍ରୁନାଲ ପାଣ୍ଡ୍ୟା ଓ ମହସିନ ଖାନ୍ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଏହି ମ୍ଯାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ବିଳମ୍ବରେ ଟସ୍‌ ପଡିଥିଲା।
ଆଜିର ମ୍ୟାଚରେ ଯେଉଁ ଦଳ ଜିତିବ ଶୁକ୍ରବାର ଦିନ ରାଜସ୍ଥାନ ରୟାଲ୍ସକୁ ଭେଟିବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ।

Share