ନାବାଳିକାଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା: ୨ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲେ ପୋକ୍ସୋ କୋର୍ଟ

ଜୟପୁର,୨୯।୪: ଗତ ବର୍ଷ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ଏବଂ ନିର୍ମମ ଭାବେ ହତ୍ୟା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ରାଜସ୍ଥାନର ଏକ ପୋକ୍ସୋ କୋର୍ଟ। ୨୦୨୧ ଡିସେମ୍ବର ୨୩ରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ଉପରେ ଶୁଣାଣି କରି ବିଚାରପତି ବାଳକୃଷ୍ଣ ମିଶ୍ର ଅଭିଯୁକ୍ତ ସୁଲତାନ୍‌(୨୭) ଏବଂ ଛୋଟୁଲାଲ୍‌(୬୨)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୧୧ ଦିନ ମଧ୍ୟରେ କୋର୍ଟର ଆଦେଶକୁ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉଭୟ ଅଭିଯୁକ୍ତଙ୍କ ଉପରେ ୧.୨୦ ଲକ୍ଷର ଜରିମାନା ଲଗାଯାଇଛି। ତେବେ ପୋକ୍ସୋ କୋର୍ଟରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯିବା ଦେଶରେ ପ୍ରଥମ ବୋଲି ପବ୍ଲିକ୍‌ ପ୍ରୋସିକ୍ୟୁଟର ମହାବିର ସିଂହ ଦାବି କରିଛନ୍ତି।

ବୁନ୍ଦି ପୋଲିସ ଅଧୀକ୍ଷକ ଜୟ ଯାଦବ ଏନେଇ ସୂଚନା ଦେଇ କହିଛନ୍ତି, ୨୦୨୧ ଡିସେମ୍ବର ୨୩ରେ ବାସୋଲି ପୋଲିସ ଷ୍ଟେଶନ ଅନ୍ତର୍ଗତ ଏକ ଜଙ୍ଗଲରୁ ଉଲଗ୍ନ ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନାବାଳିକାଜଣଙ୍କ ଛେଳି ଚରାଇବାକୁ ଯାଇଥିବା ବେଳେ ୩ଜଣ ତାଙ୍କୁ ଅପହରଣ କରିନେଇ ବଳାତ୍କାର କରିଥିଲେ। ପରେ ତାଙ୍କର ଗଳାକାଟି ହତ୍ୟା କରିଥିଲେ। ମୃତ୍ୟୁ ପରେ ମଧ୍ୟ ସେମାନେ ତାଙ୍କୁ ବଳାତ୍କାର କରିଥିବା ଜଣାପଡ଼ିଥିଲା। ନାବାଳିକାଙ୍କ ଦେହର ୧୯ଟି ସ୍ଥାନରେ କାମୁଡ଼ା ଚିହ୍ନ ରହିଥିଲା। ୨୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କ ଏକ ଟିମ୍‌ ଅପରାଧର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ତାଙ୍କର ସ୍ବିକାରୋକ୍ତି ଗ୍ରହଣ କରି ତିନି ଦିନରେ ପୋକ୍ସୋ କୋର୍ଟରେ ଶହେ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ ଦାଖଲ କରିଥିଲା। ତୃତୀୟ ଅଭିଯୁକ୍ତ ନାବାଳକ ଥିବାରୁ ତାଙ୍କୁ ସୁଧାରଗୃହକୁ ପଠାଯାଇଥିଲା। ତେବେ ବାଳିକା ଏବଂ ମହିଳାଙ୍କ ପ୍ରତି ହେଉଥିବା ଅପରାଧରେ ପୋଲିସ ସମ୍ବେଦନଶୀଳ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସେ କହିଛନ୍ତି।

ଅପରପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ବିବୃତ୍ତିରେ ତାଙ୍କ ସରକାର ମହିଳାଙ୍କ ସୁରକ୍ଷା ପ୍ରତି ପ୍ରତିବଦ୍ଧ ଏବଂ ଏପରି ଅପରାଧ ଘଟାଇଥିବା କୌଣସି ଦୋଷୀଙ୍କୁ କ୍ଷମା କରାଯିବ ନାହିଁ ବୋଲି କହିଛନ୍ତି। ସେହିଭଳି କୋର୍ଟଙ୍କ ନିଷ୍ପତ୍ତିକୁ ଉଲ୍ଲେଖ କରି ସେ କହିଛନ୍ତି, ରାଜ୍ୟରେ ଏହା ପ୍ରଥମ ଘଟଣା ଯେଉଁଠି ପୋକ୍ସୋ ଅଧିନିୟମ ଅନୁଯାୟୀ ଦୁଇଜଣ ଦୋଷୀଙ୍କୁ ଏକାସହ ମୃତ୍ୟୁଦଣ୍ଡ ଦିଆଯାଇଛି। ସରକାର କ୍ଷମତାକୁ ଆସିବା ପରେ ୬୨୦ ଅଭିଯୁକ୍ତ ପୋକ୍ସୋ ଅଧିନିୟମରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ମୃତ୍ୟୁଦଣ୍ଡ ଏବଂ ୧୩୭ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri