Posted inଖେଳ

ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରାଜସ୍ଥାନ

ଦୁବାଇ, ୧୪।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଚଳିତ ସଂସ୍କରଣର ପ୍ରଥମ ମୁକାବିଲାରେ ଦିଲ୍ଲୀ ନିକଟରୁ ୪୬ ରନରେ ପରାଜିତ ହୋଇଥିଲା ରାଜସ୍ଥାନ। ତେଣୁ ରିଟର୍ନ ମ୍ୟାଚରେ ପ୍ରତିପକ୍ଷ ଦଳକୁ ହରାଇ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଷ୍ଟିଭ୍‌ ସ୍ମିଥଙ୍କ ରୟାଲ୍ସ। ଚେନ୍ନାଇ ସୁପରକିଙ୍ଗ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ହରାଇ ସଫଳତାର ସହ ଅଭିଯାନ ଆରମ୍ଭ କରିଥିବା ରାଜସ୍ଥାନ ପରବର୍ତ୍ତୀ ୪ଟି ମ୍ୟାଚରେ କୋଲକାତା, ବାଙ୍ଗାଲୋର, ମୁମ୍ବାଇ ଓ ଦିଲ୍ଲୀ ନିକଟରୁ ପରାଜୟବରଣ କରି ସଂଘର୍ଷ କରିଥିଲା। ଏବେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଉପଲବ୍ଧ ହେବାଦ୍ୱାରା ଦଳ ଅଧିକ ସନ୍ତୁଳିତ ହୋଇଛି। ଗତ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଦଳ ବିଜୟ ପଥକୁ ଫେରିଛି। ତେଣୁ ଏହି ପ୍ରଦର୍ଶନ ବଜାୟ ରଖି ଦଳ ଦିଲ୍ଲୀକୁ ମାତ୍‌ଦେବାକୁ ଆଶା ବାନ୍ଧିଛି। ରାଜସ୍ଥାନ ୭ ମ୍ୟାଚ ଖେଳି ସାରିଥିବାବେଳେ ୩ ବିଜୟ ଓ ୪ ପରାଜୟ ସହ ୬ ପଏଣ୍ଟ ପାଇଛି।
ଅନ୍ୟପକ୍ଷରେ ଦିଲ୍ଲୀର ପ୍ରଦର୍ଶନ ଏଥର ଉତ୍ସାହଜନକ ରହିଛି। ଶ୍ରେୟାସ ଆୟାରଙ୍କ ନେତୃତ୍ୱାଧୀନ ଦଳ ୭ ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ପାଇ ସାରିଛି। ଏକାଧିକ ଥର ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବାବେଳେ ଏବେ ରନ ହାରରେ ମୁମ୍ବାଇ ଇଣ୍ଡିଆନ୍ସ ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ମ୍ୟାଚରେ ମୁମ୍ବାଇଠାରୁ ପରାଜୟକୁ ଭୁଲି ଦଳ ଆଗାମୀ ମ୍ୟାଚରେ ପେସାଦାର ପ୍ରଦର୍ଶନ ଲକ୍ଷ୍ୟରେ ରହିଛି। ଦିଲ୍ଲୀର ବ୍ୟାଟିଂ ବିଭାଗ ଏଥର ଦ୍ରୁତ ରନ ସଂଗ୍ରହରେ ସମର୍ଥ ହୋଇଥିବାବେଳେ କାଗିଶୋ ରାବାଡ଼ାଙ୍କ ନେତୃତ୍ୱାଧୀନ ବୋଲିଂ ବିଭାଗ ମଧ୍ୟ ଭଲ ପ୍ରଦର୍ଶନ କରି ଆସିଛି। ନିଜେ ରାବାଡ଼ା ଏପର୍ଯ୍ୟନ୍ତ ୧୭ଟି ଉଇକେଟ ନେଇ ନିଜ ଫର୍ମର ପ୍ରମାଣ ଦେଇଛନ୍ତି। ତାଙ୍କୁ ଦକ୍ଷିଣ ଆଫ୍ରିକା ପେସର ଏନରିଚ୍‌ ନର୍ଜେ(୮ ଉଇକେଟ) ଓ ହର୍ଷଲ ପଟେଲ ଉପଯୁକ୍ତ ସହାୟତା ଦେଉଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ସ୍ପିନ ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଅଲରାଉଣ୍ଡର ମାର୍କୁସ ଷ୍ଟୋଇନ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳକୁ ଫାଇଦାରେ ରଖି ଆସିଛନ୍ତି। ରାଜସ୍ଥାନ ବିପକ୍ଷ ଗତ ମୁକାବିଲାରେ ସେ ହିଁ ଫଳାଫଳରେ ପ୍ରଭେଦ ଆଣିଥିଲେ। ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆହତ ସମସ୍ୟା ଯୋଗୁ ଏକ ସପ୍ତାହ ପାଇଁ ଆକ୍ସନରୁ ଦୂରେଇ ଯାଇଛନ୍ତି। ତେଣୁ ଟିମ୍‌ ମ୍ୟାନେଜମେଣ୍ଟ ଗତ ମ୍ୟାଚରେ ଶିମରନ ହେଟମେରଙ୍କୁ ବାଦ୍‌ ଦେଇ ଉଇକେଟ କିପର ଆଲେକ୍ସ କାରେଙ୍କୁ ସୁଯୋଗ ଦେଇଥିଲେ। ଫଳରେ ଅଜିଙ୍କ୍ୟ ରାହାନେ ମଧ୍ୟ ପ୍ରଥମ ମ୍ୟାଚ ଖେଳିବା ସୁଯୋଗ ପାଇଥିଲେ। ଶିଖର ଧାଓ୍ବନ ଫର୍ମକୁ ଫେରିଥିବାରୁ ପୃଥ୍ବୀ ଶ’ ଓ ଆୟାରଙ୍କୁ ନେଇ ଦିଲ୍ଲୀର ଟପ୍‌ ଅର୍ଡର ଅଧିକ ମଜଭୁତ ହୋଇଛି।
ବେନ୍‌ ଷ୍ଟୋକ୍ସ ପ୍ରଥମ ୬ଟି ମ୍ୟାଚ ପାଇଁ ଉପଲବ୍ଧ ନ ଥିଲେ। ରାଜସ୍ଥାନର ୭ମ ମ୍ୟାଚରେ ସେ ଦଳ ସହ ଯୋଗ ଦେଇଥିଲେ। ଏଥିରେ ସେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନ ଥିଲେ ହେଁ ତାଙ୍କ ଉପସ୍ଥିତିରେ ଦଳ ଉତ୍ସାହୀ ପ୍ରଦର୍ଶନ କରିଥିଲା ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୫ ଉଇକେଟରେ ହରାଇ ୪ ମ୍ୟାଚ ପରାଜୟ ଧାରା ଭାଙ୍ଗିଥିଲା। ଷ୍ଟୋକ୍ସଙ୍କ ଉପସ୍ଥିତିରେ ଦଳୀୟ ସନ୍ତୁଳନ ମଜଭୁତ ହୋଇଛି ବୋଲି ଅଧିନାୟକ ଷ୍ଟିଭ୍‌ ସ୍ମିଥ ପ୍ରକାଶ କରିଛନ୍ତି। ରାଜସ୍ଥାନର ଲୋୟର ଅର୍ଡର ବ୍ୟାଟ୍ସମ୍ୟାନମାନେ ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି। ବିଶେଷ କରି ରାହୁଲ ଟଓ୍ବୋଟିଆଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ଫାଇଦାରେ ରଖି ଆସିଛି। ତେଣୁ ଟପ୍‌ ଅର୍ଡରକୁ ମଜଭୁତ କରିବା ପାଇଁ ଗତ ମ୍ୟାଚରେ ଷ୍ଟୋକ୍ସଙ୍କୁ ଓପନିଂ ଭାର ଦିଆଯାଇଥିଲା। ଆଗାମୀ ଦିନରେ ମଧ୍ୟ ଷ୍ଟୋକ୍ସ ଟପ୍‌ ଅର୍ଡରରେ ଖେଳିବା ଆଶା ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜୋସ୍‌ ବଟଲର ୪୪ ବଲ୍‌ରୁ ୭୦ ରନ କରିଥିଲେ। ତେବେ ଅନ୍ୟ ଖେଳାଳିଙ୍କ ଅବଦାନ ଅଭାବରୁ ଦଳ ପରାଜିତ ହୋଇଥିଲା। ଜୋଫ୍ରା ଆର୍ଚର ବୋଲିଂ ବିଭାଗର ନେତୃତ୍ୱ ନେଉଥିବାବେଳେ ଟଓ୍ବୋଟିଆ ଓ ଶ୍ରେୟାସ ଗୋପାଳଙ୍କ ସ୍ପିନ୍‌ ବୋଲିଂ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri