ଟସ୍‌ ଜିତିଲା ରାଜସ୍ଥାନ ରୟାଲ୍ସ

ପୁଣେ,୧୫।୫: ଆଇପିଏଲ ୨୦୨୨ରେ ଆଉ ଅଳ୍ପ କିଛି ଲିଗ ମ୍ୟାଚ ବାକି ଅଛି। ପ୍ଲେ ଅଫ ପାଇଁ ରେସ୍‌ ମଧ୍ୟ ରୋଚକ ସ୍ଥିତିରେ ପହଞ୍ଚିଛି। ଏହି ପରିସ୍ଥିତିରେ ରବିବାର ଆଇପିଏଲ୍‌ର ୬୩ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।
ରାଜସ୍ଥାନ ରୟାଲ୍ସ ୧୨ଟି ମ୍ୟାଚରୁ ୭ଟି ବିଜୟ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ପ୍ଲେ ଅଫ ଯିବାକୁ ହେଲେ ରାଜସ୍ଥାନକୁ ଆଜିର ମ୍ୟାଚ୍‌ ଜିତିବାକୁ ପଡ଼ିବ। ସେହିପରି ଆଜିର ମ୍ୟାଚ ଜିତିବା ମାତ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ଲେ ଅଫ ପହଞ୍ଚିବାରେ ଦ୍ୱିତୀୟ ଦଳ ହେବ। ଲକ୍ଷ୍ନୌ ବର୍ତ୍ତମାନ ୧୨ଟି ମ୍ୟାଚରୁ ୧୬ ପଏଣ୍ଟ ପାଇଛି ଏବଂ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି।

Share