Posted inଖେଳ

IPL ୨୦୨୫: ପୁଣି ବଦଳିବେ ରାଜସ୍ଥାନ ରୟାଲ୍ସ ଅଧିନାୟକ? ସାମସନଙ୍କ ଯୋଗୁ ନେବାକୁ ପଡ଼ିପାରେ…

ନୂଆଦିଲ୍ଲୀ,୧୮।୪: ୨୦୨୫ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଏବେ ଦଳରେ ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। ସିଜିନ ମଝିରେ ରାଜସ୍ଥାନକୁ ପୁଣି ଥରେ ଅଧିନାୟକ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଏହାର କାରଣ ହେଉଛନ୍ତି ଅଧିନାୟକ ସଞ୍ଜୁ ସାମସନ। ରାଜସ୍ଥାନ ଏହାର ପରବର୍ତ୍ତୀ ମ୍ୟାଚ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ରେ ସାମସନଙ୍କ ସ୍ଥାନରେ ଆଉ ଜଣେ ଅଧିନାୟକ ହୋଇପାରେ। କାରଣ ଅଧିନାୟକ ସାମସନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ ହୋଇନାହନ୍ତି।
ଚଳିତ ସିଜିନରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ରୁ ୫ଟିରେ ପରାଜିତ ହୋଇଛି ରାଜସ୍ଥାନ ରୟାଲ୍ସ। ତେବେ ଅଧିନାୟକ ସାମସନ୍‌ ଗତ ମ୍ୟାଚ୍‌ରେ ଆହତ ହୋଇଯାଇଥିଲେ। ଏହି କାରଣରୁ ସେ ତାଙ୍କର ଇନିଂସ ସମାପ୍ତ କରିପାରି ନ ଥିଲେ। ସେ ରିଟାୟାର ହର୍ଟ ହେବା ପରେ ପାଭିଲିୟନ ଫେରିଯାଇଥିଲେ। ସୁପର ଓଭରରେ ମଧ୍ୟ ରାଜସ୍ଥାନ ଦଳ ତାଙ୍କ ବିନା ମଇଦାନକୁ ଆସିଥିଲା।

ଶନିବାର ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷ ମ୍ୟାଚ ପୂର୍ବରୁ, ରାଜସ୍ଥାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି ଯେ ସଞ୍ଜୁଙ୍କ ଫିଟନେସ ସମ୍ପର୍କରେ ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ତାଙ୍କୁ ସ୍କାନ ପାଇଁ ପଠାଯାଇଥିଲା, ଯାହାର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଏହି ରିପୋର୍ଟ ଆଧାରରେ, ଦ୍ରାବିଡ ଏବଂ ରାଜସ୍ଥାନ ଦଳ ପ୍ରବନ୍ଧନ ସେମାନଙ୍କ ଅଧିନାୟକଙ୍କ ଖେଳବା ନେଇ ନିଷ୍ପତ୍ତି ନେବେ।

ଏମିତିରେ ଯଦି ସାମସନ ଏହି ମ୍ୟାଚ୍‌ ପାଇଁ ଫିଟ୍‌ ନ ହୁଅନ୍ତି, ତେବେ ରାଜସ୍ଥାନକୁ ପୁଣିଥରେ ଅଧିନାୟକ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ ଅଧିନାୟକ ଦାୟିତ୍ୱ ପୁଣି ଥରେ ରିୟାନ ପରାଗଙ୍କ କାନ୍ଧକୁ ଆସିପାରେ। ଏହି ସିଜିନ ଆରମ୍ଭରେ ମଧ୍ୟ ରିଆନ ୩ ମ୍ୟାଚରେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ଏହାପରେ ଆଙ୍ଗୁଠିରେ ଆଘାତ ଯୋଗୁ ସାମସନ କେବଳ ବ୍ୟାଟିଂ କରିପାରିଥିଲେ । ଏମିତିରେ ସେ ଜଣେ ଇମ୍‌ପ୍ୟାକ୍ଡ ଖେଳାଳି ଭାବରେ ଖେଳୁଥିଲେ। ତାଙ୍କ ଅଧିନାୟକତ୍ୱରେ, ଦଳ ପ୍ରଥମ ଦୁଇଟି ମ୍ୟାଚ୍‌ ହାରିଥିଲା କିନ୍ତୁ ତୃତୀୟ ମ୍ୟାଚ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri