୧୪ ବର୍ଷ ପରେ ସ୍ବାମୀଙ୍କୁ ପାଇଲେ ବିଧବା ଭତ୍ତା ପାଉଥିବା ସ୍ତ୍ରୀ: ଗୋଆରେ ମାଛ ଧରିବା…

ବଡ଼ଗାଁ,୧୮ା୪(ଅଶୋକ ଷଡ଼ଙ୍ଗୀ): ଓଡ଼ିଆ କହିବା ଭୁଲି ଗଲେଣି। ଏଠି ସବୁକିଛି ଅଜଣା ଅଚିହ୍ନା ଭଳି ଲାଗୁଛି। ୧୪ ବର୍ଷ ପରେ ଗାଁ ମାଟିରେ ପାଦ ପଡ଼ିଲାପରେ ଏଭଳି ଅନୁଭବ କରିଥିଲେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା ପଞ୍ଚାୟତ ବରପାଲି ଗ୍ରାମର ଶ୍ରୀକର ଖଡ଼ିଆ।
ଉଦ୍ଧବ ଖଡ଼ିଆଙ୍କ ପୁଅ ଶ୍ରୀକର ୨୦୧୦ରେ ଅଞ୍ଚଳର କେତେକ ଯୁବକଙ୍କ ସହିତ ମିଶି ଗୋଆ ସମୁଦ୍ରରୁ ମାଛ ଧରିବା କାର୍ଯ୍ୟ କରିବାକୁ ଯାଇଥିଲେ। ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ସେ ତାଙ୍କ ପରିବାର ସମ୍ପର୍କରେ ରହିଥିଲେ। ପରେ ତାଙ୍କର ଖୋଜ ଖବର ମିଳି ନ ଥିଲା। ୨୦୧୪ରେ ସମୁଦ୍ରରେ ମାଛ ଧରିବା ବେଳେ ବୁଡ଼ି ପ୍ରାଣ ହରାଇଥିବା ତାଙ୍କର ସହକର୍ମୀ ଶ୍ରୀକରଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହି ଖବର ପାଇବା ପରେ କେତେକ ସ୍ଥାନୀୟ ଯୁବକ ଜୋରଜବରଦସ୍ତ ଶ୍ରୀକରଙ୍କୁ ଗୋଆ ଚାଲାଣ କରିଥିବା ନେଇ ତାଙ୍କ ପରିବାର ଲୋକେ ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଦୀର୍ଘ ବର୍ଷ ହେଲା ଶ୍ରୀକରଙ୍କ ସନ୍ଧାନ ନ ମିଳିବାରୁ ପରିବାର ଲୋକମାନେ ମୃତ୍ୟୁ ହୋଇଥିବା ସନ୍ଦେହ କରିଥିଲେ। ଏପରିକି ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରିବାକୁ ପରିବାର ଲୋକେ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ହେଲେ ବୁଧବାର ଅପରାହ୍ନରେ ଶ୍ରୀକର ତାଙ୍କର ଜଣେ ସହକର୍ମୀ ମହାରାଷ୍ଟ୍ରର ବାସିନ୍ଦା ପ୍ରବୀଣ ସଦାଶିବ ସାଥ୍‌ୱା ତାଙ୍କୁ ନେଇ ବରପାଲି ଗ୍ରାମକୁ ପହଞ୍ଚିଥିଲେ। କିଛି ସମୟ ପାଇଁ ଶ୍ରୀକରଙ୍କୁ ଦେଖିବା ଲାଗି ଭିଡ଼ ପରିଲକ୍ଷିତ ହୋଇଥିଲା। ତାଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଆନନ୍ଦାଶ୍ରୁ ଗଡ଼ାଇ କୋଳେଇ ନେଇଥିଲେ। ତେବେ ଶ୍ରୀକର ବର୍ତ୍ତମାନ ଓଡ଼ିଆ କହିପାରୁ ନାହାନ୍ତି। ତାଙ୍କୁ ସାଙ୍ଗରେ ଆଣିଥିବା ସହକର୍ମୀ ତାଙ୍କ ବିଷୟରେ ସମସ୍ତ କାହାଣୀ ପରିବାର ଲୋକଙ୍କୁ ଜଣାଇଛନ୍ତି। ଗତ ୧୨ ବର୍ଷ ତଳେ ସେ କାମ କରୁଥିବା ସ୍ଥାନରୁ ଅନ୍ୟତ୍ର ଚାଲିଯିବା ପରେ ହଜି ଯାଇଥିଲେ। ତାଙ୍କୁ ଅନ୍ୟ ଜଣେ ମାଲିକ ଭୟଭୀତ କରାଇ ନଜର ବନ୍ଦୀ ରଖି କାମ କରାଇଥିଲେ। ଫଳରେ ସେ ନିଜର ପରିବାର ସହ ଯୋଗାଯୋଗ ରଖି ପାରି ନ ଥିଲେ। ପ୍ରବୀଣଙ୍କ ସମ୍ପର୍କରେ ଆସିବାରୁ ସେ ଶ୍ରୀକରକୁ ବରପାଲି ଗାଁକୁ ଆଣି ପହଞ୍ଚାଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସରପଞ୍ଚ ଯୁଧିଷ୍ଠିର ବାଡ଼ା ବରପାଲି ଗ୍ରାମକୁ ଯାଇ ଶ୍ରୀକରଙ୍କ ୧୪ ବର୍ଷର ଅନୁଭୂତିକୁ ନେଇ ପଚାରି ବୁଝିଥିଲେ। ଏପଟେ ଶ୍ରୀକରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ମନେ କରିଥିବାରୁ ତାଙ୍କ ସ୍ତ୍ରୀ ସୁମିତ୍ରା ଖଡ଼ିଆ ବିଧବା ଭତ୍ତା ପାଉଥିବା ଏବଂ ଶ୍ରୀକରର ନାମ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ବରପାଲି ଗ୍ରାମବାସୀଙ୍କଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?