୧୪ ବର୍ଷ ପରେ ସ୍ବାମୀଙ୍କୁ ପାଇଲେ ବିଧବା ଭତ୍ତା ପାଉଥିବା ସ୍ତ୍ରୀ: ଗୋଆରେ ମାଛ ଧରିବା…

ବଡ଼ଗାଁ,୧୮ା୪(ଅଶୋକ ଷଡ଼ଙ୍ଗୀ): ଓଡ଼ିଆ କହିବା ଭୁଲି ଗଲେଣି। ଏଠି ସବୁକିଛି ଅଜଣା ଅଚିହ୍ନା ଭଳି ଲାଗୁଛି। ୧୪ ବର୍ଷ ପରେ ଗାଁ ମାଟିରେ ପାଦ ପଡ଼ିଲାପରେ ଏଭଳି ଅନୁଭବ କରିଥିଲେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା ପଞ୍ଚାୟତ ବରପାଲି ଗ୍ରାମର ଶ୍ରୀକର ଖଡ଼ିଆ।
ଉଦ୍ଧବ ଖଡ଼ିଆଙ୍କ ପୁଅ ଶ୍ରୀକର ୨୦୧୦ରେ ଅଞ୍ଚଳର କେତେକ ଯୁବକଙ୍କ ସହିତ ମିଶି ଗୋଆ ସମୁଦ୍ରରୁ ମାଛ ଧରିବା କାର୍ଯ୍ୟ କରିବାକୁ ଯାଇଥିଲେ। ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ସେ ତାଙ୍କ ପରିବାର ସମ୍ପର୍କରେ ରହିଥିଲେ। ପରେ ତାଙ୍କର ଖୋଜ ଖବର ମିଳି ନ ଥିଲା। ୨୦୧୪ରେ ସମୁଦ୍ରରେ ମାଛ ଧରିବା ବେଳେ ବୁଡ଼ି ପ୍ରାଣ ହରାଇଥିବା ତାଙ୍କର ସହକର୍ମୀ ଶ୍ରୀକରଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହି ଖବର ପାଇବା ପରେ କେତେକ ସ୍ଥାନୀୟ ଯୁବକ ଜୋରଜବରଦସ୍ତ ଶ୍ରୀକରଙ୍କୁ ଗୋଆ ଚାଲାଣ କରିଥିବା ନେଇ ତାଙ୍କ ପରିବାର ଲୋକେ ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଦୀର୍ଘ ବର୍ଷ ହେଲା ଶ୍ରୀକରଙ୍କ ସନ୍ଧାନ ନ ମିଳିବାରୁ ପରିବାର ଲୋକମାନେ ମୃତ୍ୟୁ ହୋଇଥିବା ସନ୍ଦେହ କରିଥିଲେ। ଏପରିକି ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରିବାକୁ ପରିବାର ଲୋକେ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ହେଲେ ବୁଧବାର ଅପରାହ୍ନରେ ଶ୍ରୀକର ତାଙ୍କର ଜଣେ ସହକର୍ମୀ ମହାରାଷ୍ଟ୍ରର ବାସିନ୍ଦା ପ୍ରବୀଣ ସଦାଶିବ ସାଥ୍‌ୱା ତାଙ୍କୁ ନେଇ ବରପାଲି ଗ୍ରାମକୁ ପହଞ୍ଚିଥିଲେ। କିଛି ସମୟ ପାଇଁ ଶ୍ରୀକରଙ୍କୁ ଦେଖିବା ଲାଗି ଭିଡ଼ ପରିଲକ୍ଷିତ ହୋଇଥିଲା। ତାଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଆନନ୍ଦାଶ୍ରୁ ଗଡ଼ାଇ କୋଳେଇ ନେଇଥିଲେ। ତେବେ ଶ୍ରୀକର ବର୍ତ୍ତମାନ ଓଡ଼ିଆ କହିପାରୁ ନାହାନ୍ତି। ତାଙ୍କୁ ସାଙ୍ଗରେ ଆଣିଥିବା ସହକର୍ମୀ ତାଙ୍କ ବିଷୟରେ ସମସ୍ତ କାହାଣୀ ପରିବାର ଲୋକଙ୍କୁ ଜଣାଇଛନ୍ତି। ଗତ ୧୨ ବର୍ଷ ତଳେ ସେ କାମ କରୁଥିବା ସ୍ଥାନରୁ ଅନ୍ୟତ୍ର ଚାଲିଯିବା ପରେ ହଜି ଯାଇଥିଲେ। ତାଙ୍କୁ ଅନ୍ୟ ଜଣେ ମାଲିକ ଭୟଭୀତ କରାଇ ନଜର ବନ୍ଦୀ ରଖି କାମ କରାଇଥିଲେ। ଫଳରେ ସେ ନିଜର ପରିବାର ସହ ଯୋଗାଯୋଗ ରଖି ପାରି ନ ଥିଲେ। ପ୍ରବୀଣଙ୍କ ସମ୍ପର୍କରେ ଆସିବାରୁ ସେ ଶ୍ରୀକରକୁ ବରପାଲି ଗାଁକୁ ଆଣି ପହଞ୍ଚାଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସରପଞ୍ଚ ଯୁଧିଷ୍ଠିର ବାଡ଼ା ବରପାଲି ଗ୍ରାମକୁ ଯାଇ ଶ୍ରୀକରଙ୍କ ୧୪ ବର୍ଷର ଅନୁଭୂତିକୁ ନେଇ ପଚାରି ବୁଝିଥିଲେ। ଏପଟେ ଶ୍ରୀକରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ମନେ କରିଥିବାରୁ ତାଙ୍କ ସ୍ତ୍ରୀ ସୁମିତ୍ରା ଖଡ଼ିଆ ବିଧବା ଭତ୍ତା ପାଉଥିବା ଏବଂ ଶ୍ରୀକରର ନାମ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ବରପାଲି ଗ୍ରାମବାସୀଙ୍କଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

କାହାକୁ ଲାଷ୍ଟ ଫୋନ୍ କରିଥିଲେ IIC ବିଉଟି ମହାନ୍ତି: ଡିସିପି କହିଲେ…

କଟକ, ୭।୭: IIC ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ କଟକ ଡିସିପି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri