Posted inଖେଳ

IPL ୨୦୨୫: ପୁଣି ବଦଳିବେ ରାଜସ୍ଥାନ ରୟାଲ୍ସ ଅଧିନାୟକ? ସାମସନଙ୍କ ଯୋଗୁ ନେବାକୁ ପଡ଼ିପାରେ…

ନୂଆଦିଲ୍ଲୀ,୧୮।୪: ୨୦୨୫ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଏବେ ଦଳରେ ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। ସିଜିନ ମଝିରେ ରାଜସ୍ଥାନକୁ ପୁଣି ଥରେ ଅଧିନାୟକ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଏହାର କାରଣ ହେଉଛନ୍ତି ଅଧିନାୟକ ସଞ୍ଜୁ ସାମସନ। ରାଜସ୍ଥାନ ଏହାର ପରବର୍ତ୍ତୀ ମ୍ୟାଚ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ରେ ସାମସନଙ୍କ ସ୍ଥାନରେ ଆଉ ଜଣେ ଅଧିନାୟକ ହୋଇପାରେ। କାରଣ ଅଧିନାୟକ ସାମସନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ ହୋଇନାହନ୍ତି।
ଚଳିତ ସିଜିନରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ରୁ ୫ଟିରେ ପରାଜିତ ହୋଇଛି ରାଜସ୍ଥାନ ରୟାଲ୍ସ। ତେବେ ଅଧିନାୟକ ସାମସନ୍‌ ଗତ ମ୍ୟାଚ୍‌ରେ ଆହତ ହୋଇଯାଇଥିଲେ। ଏହି କାରଣରୁ ସେ ତାଙ୍କର ଇନିଂସ ସମାପ୍ତ କରିପାରି ନ ଥିଲେ। ସେ ରିଟାୟାର ହର୍ଟ ହେବା ପରେ ପାଭିଲିୟନ ଫେରିଯାଇଥିଲେ। ସୁପର ଓଭରରେ ମଧ୍ୟ ରାଜସ୍ଥାନ ଦଳ ତାଙ୍କ ବିନା ମଇଦାନକୁ ଆସିଥିଲା।

ଶନିବାର ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷ ମ୍ୟାଚ ପୂର୍ବରୁ, ରାଜସ୍ଥାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି ଯେ ସଞ୍ଜୁଙ୍କ ଫିଟନେସ ସମ୍ପର୍କରେ ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ତାଙ୍କୁ ସ୍କାନ ପାଇଁ ପଠାଯାଇଥିଲା, ଯାହାର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଏହି ରିପୋର୍ଟ ଆଧାରରେ, ଦ୍ରାବିଡ ଏବଂ ରାଜସ୍ଥାନ ଦଳ ପ୍ରବନ୍ଧନ ସେମାନଙ୍କ ଅଧିନାୟକଙ୍କ ଖେଳବା ନେଇ ନିଷ୍ପତ୍ତି ନେବେ।

ଏମିତିରେ ଯଦି ସାମସନ ଏହି ମ୍ୟାଚ୍‌ ପାଇଁ ଫିଟ୍‌ ନ ହୁଅନ୍ତି, ତେବେ ରାଜସ୍ଥାନକୁ ପୁଣିଥରେ ଅଧିନାୟକ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ ଅଧିନାୟକ ଦାୟିତ୍ୱ ପୁଣି ଥରେ ରିୟାନ ପରାଗଙ୍କ କାନ୍ଧକୁ ଆସିପାରେ। ଏହି ସିଜିନ ଆରମ୍ଭରେ ମଧ୍ୟ ରିଆନ ୩ ମ୍ୟାଚରେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ଏହାପରେ ଆଙ୍ଗୁଠିରେ ଆଘାତ ଯୋଗୁ ସାମସନ କେବଳ ବ୍ୟାଟିଂ କରିପାରିଥିଲେ । ଏମିତିରେ ସେ ଜଣେ ଇମ୍‌ପ୍ୟାକ୍ଡ ଖେଳାଳି ଭାବରେ ଖେଳୁଥିଲେ। ତାଙ୍କ ଅଧିନାୟକତ୍ୱରେ, ଦଳ ପ୍ରଥମ ଦୁଇଟି ମ୍ୟାଚ୍‌ ହାରିଥିଲା କିନ୍ତୁ ତୃତୀୟ ମ୍ୟାଚ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?