Categories: ଜାତୀୟ

ଏହି ରାଜ୍ୟରେ ବଳାତ୍କାର ମାମଲା ସର୍ବାଧିକ

ଜୟପୁର,୧୫।୯: ଅନ୍ୟ ରାଜ୍ୟ ତୁଳନାରେ ରାଜସ୍ଥାନରେ ସର୍ବାଧିକ ସଂଖ୍ୟକ ବଳାତ୍କାର ମାମଲା ରୁଜୁ ହେଉଛି। ଏପରି କି ଉତ୍ତରପ୍ରଦେଶକୁ ପଛରେ ଛାଡ଼ି ଦେଇଛି କଂଗ୍ରେସ ଶାସିତ ରାଜସ୍ଥାନ। ଏହା ଦର୍ଶାଇଛି ଜାତୀୟ ଅପରାଧ ରେକଡର୍‌ସ ବ୍ୟୁରୋ (ଏନ୍‌ସିଆର୍‌ବି)ର ୨୦୨୦ ବର୍ଷର ରିପୋର୍ଟ।

ଗତ ବର୍ଷ ରାଜସ୍ଥାନରେ ୫,୩୧୦ ବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ଦାୟର ହୋଇଥିଲା ୨,୭୬୯ ବଳାତ୍କାର ମାମଲା। ଏହି ଦୁଇ ରାଜ୍ୟ ପଛକୁ ରହିଛି ମଧ୍ୟପ୍ରଦେଶ (୨,୩୩୯ ବଳାତ୍କାର ମାମଲା) ଓ ମହାରାଷ୍ଟ୍ର (୨,୦୬୧)।

ତେବେ ରାଜସ୍ଥାନରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ୧୬ ପ୍ରତିଶତ କମି ଯାଇଛି। ଏହି ରାଜ୍ୟରେ ବଳାତ୍କାର ପୀଡ଼ିତାଙ୍କ ମଧ୍ୟରେ ରହିଛନ୍ତି ୧,୨୭୯ ଜଣ ନାବାଳିକା। ଅର୍ଦ୍ଧାଧିକ ମାମଲାରେ ପୀଡ଼ିତାଙ୍କ ପରିବାରବର୍ଗ, ପଡ଼ୋଶୀ, କର୍ମଚାରୀ ଓ ଅନ୍ୟ ପରିଚିତ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Share