Posted inଜାତୀୟ

ରାଜସ୍ଥାନ ବିଧାନସଭା ନିର୍ବାଚନ: ନେତାଙ୍କ ପୁଅ, ଝିଅ, ବୋହୂ, ନାତୁଣୀଙ୍କୁ ମିଳିଲାଣି ୨୯ ଟିକେଟ୍‌

ଜୟପୁର,୩୦ା୧୦: ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ବର୍ତ୍ତମାନ ସୁଦ୍ଧା ବିଭିନ୍ନ ନେତାଙ୍କ ୨୯ଜଣ ସମ୍ପର୍କୀୟଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍‌ ଦେଇଛନ୍ତି।

୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭାଜପା ବର୍ତ୍ତମାନ ପର୍ଯ୍ୟନ୍ତ ୧୨୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ କଂଗ୍ରେସ ୯୫ଜଣଙ୍କୁ ପ୍ରାର୍ଥୀ କରିଛି। ଦଳରେ କୌଣସି ପ୍ରକାର ବିଦ୍ରୋହକୁ ଏଡ଼ାଇବା ପାଇଁ ଦୁଇ ପ୍ରମୁଖ ଦଳ ଭାବିଚିନ୍ତି ପ୍ରାର୍ଥୀ ଚୟନ କରୁଛନ୍ତି।

ଭାଜପାର ୧୨୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ଜଣ ବିଭିନ୍ନ ପ୍ରମୁଖ ରାଜନେତାଙ୍କ ପରିବାରର ସଦସ୍ୟ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନେତାଙ୍କ ପୁଅ, ଝିଅ, ବୋହୂ ଏବଂ ନାତୁଣୀ। ଦିବଂଗତ ଏମ୍‌ପି ସନଓ୍ବର ଲାଲ୍‌ ଜାଟ୍‌ଙ୍କ ପୁଅ ରାମସ୍ବରୂପ ଲାମ୍ବାଙ୍କୁ ନାସିରାବାଦ ଆସନରୁ ଲଢ଼ିବା ପାଇଁ ଭାଜପା ଟିକେଟ ଦେଇଛି। ସେହିପରି ଦିବଂଗତ ପୂର୍ବତନ ମନ୍ତ୍ରୀ ଦିଗମ୍ବର ସିଂଙ୍କ ପୁଆ ଶୈଳେଶ ସିଂଙ୍କୁ ଦିଗ୍‌-କୁମ୍ଭେର ଆସନରୁ ପ୍ରାର୍ଥୀ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଗୁର୍ଜର ନେତା କିରୋଡି ସିଂ ବୈଂସଲାଙ୍କ ପୁଅ ବିଜୟ, ଗାୟତ୍ରୀ ଦେବୀଙ୍କ ନାତୁଣୀ ଦିୟା କୁମାରୀ, ପୂର୍ବତନ ଏମ୍‌ପି କର୍ନି ସିଂଙ୍କ ନାତୁଣୀ ସିଦ୍ଧି କୁମାରୀ, ପୂର୍ବତନ ବିଧାୟକ ହରଲାଲ୍‌ ସିଂ ଖରାଙ୍କ ପୁଅ ଝାବର ସିଂ ଖରା, ପୂର୍ବତନ ବିଧାୟକ ଧର୍ମପାଲ ଚୌଧରୀଙ୍କ ପୁଅ ମନଜିତ୍‌ ଚୌଧରୀ, ପୂର୍ବତନ ଏମ୍‌ପି ନାଥୁରାମ ମିର୍ଧାଙ୍କ ନାତୁଣୀ ଜ୍ୟୋତି ମିର୍ଧା, ପୂର୍ବତନ ବିଧାୟକ ଗୌତମଲାଲ୍‌ ମୀନାଙ୍କ ପୁଅ କହ୍ନେୟା, ପୂର୍ବତନ ମନ୍ତ୍ରୀ କିରନ ମାହେଶ୍ୱରୀଙ୍କ ଝିଅ ଦୀପ୍ତି ଏବଂ ପୂର୍ବତନ ବିଧାୟକ ଶ୍ରୀରାମ ଭିଞ୍ଚରଙ୍କ ବୋହୂ ସୁମିତାଙ୍କୁ ଟିକେଟ୍‌ ମିଳିଛି।

ସେହିପରି କଂଗ୍ରେସ ୯୫ ପ୍ରାର୍ଥୀଙ୍କ ମଧ୍ୟରେ ରାଜନୈତିକ ପରିବାରର ୧୮ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ବିରୋଧୀ ଦଳ ନେତା ରାମେଶ୍ୱର ଦୁଦିଙ୍କ ସ୍ତ୍ରୀ ସୁଶୀଲା ଦୁଦି, ପୂର୍ବତନ ବିଧାୟକ ଭଓଁରଲାଲ୍‌ ଶର୍ମାଙ୍କ ପୁଅ ଅନିଲ ଶର୍ମା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିଶରାମ ଓଲାଙ୍କ ପୁଅ ବ୍ରିଜେନ୍ଦ୍ର, ବିଧାୟିକା ସାଫିଆ ଖାନ୍‌ଙ୍କ ସ୍ବାମୀ ଜୁବେର ପ୍ରମୁଖ।

୨୦୧୮ରେ ଭାଜପା ୭୮ ଆସନ ଜିତିଥିବା ବେଳେ କଂଗ୍ରେସ ୯୬ ଆସନରେ ବିଜୟୀ ହୋଇଥିଲା। ଅନ୍ୟ ଦଳର ବିଧାୟକ ଏବଂ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ କଂଗ୍ରେସ ସରକାର ଗଢ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri