Categories: ଜାତୀୟ

ରାଗିଛନ୍ତି ପାଇଲଟ୍‌: ମନାଇବା ପାଇଁ ଫୋନ୍‌ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୧।୬: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ ଗତ କିଛି ଦିନ ହେବା ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର କିଛି ବିଧାୟକଙ୍କ ସହ ଏକ ବୈଠକ କରି ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ କଂଗ୍ରେସର ବରିଷ୍ଠ ନେତା ଜିତିନ ପ୍ରସାଦ ଭାଜପାରେ ଯୋଗ ଦେଇଥିଲେ। ଏହା ପରେ କଳ୍ପନାଜଳ୍ପନା ତୀବ୍ର ହେଲା ଯେ ସଚିନ ପାଇଲଟ ମଧ୍ୟ କଂଗ୍ରେସକୁ ଛାଡି ପାରନ୍ତି। କୁହାଯାଉଛି ଯେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସମନ୍ବୟ କମିଟିର ରିପୋର୍ଟକୁ ନେଇ ରାଗିଛନ୍ତି। କଂଗ୍ରେସ ହାଇକମାଣ୍ଡ ସଚିନ ପାଇଲଟଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। ଏହି ପର୍ଯ୍ୟାୟରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଏହା ବ୍ୟତୀତ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। ସଚିନ ପାଇଲଟ ଶୁକ୍ରବାର ଦିଲ୍ଲୀରେ ପହଞ୍ଚି ପ୍ରିୟଙ୍କା ସହ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ପୁନଃନିର୍ମାଣ କମିଟିକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା, କିନ୍ତୁ ଏହା ଧୀରେ ଧୀରେ ସାମ୍ନାକୁ ଆସୁଛି।

Share