Categories: ଜାତୀୟ

ରାଜସ୍ଥାନ ନାଁ କର୍ତ୍ତବ୍ୟ ସ୍ଥାନ ହେଉ: ଥରୁର

ନୂଆଦିଲ୍ଲୀ,୧୧ା୯: କେନ୍ଦ୍ର ସରକାର ନୂଆଦିଲ୍ଲୀ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିଛନ୍ତି। ରାଜପଥ ଭାରତର ଦାସତ୍ୱର ପ୍ରତୀକ ଥିଲା, ଯାହା ଏବେ ଇତିହାସ ହେଲା ବୋଲି କର୍ତ୍ତବ୍ୟ ପଥ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଦାସତ୍ୱ ପରିଚୟରୁ ମୁକ୍ତି ପାଇଁ ଯଦି ରାଜପଥକୁ କର୍ତ୍ତବ୍ୟପଥ କରାଗଲା, ତେବେ ରାଜସ୍ଥାନର ନଁା କର୍ତ୍ତବ୍ୟ ସ୍ଥାନ ଏବଂ ରାଜଭବନଗୁଡ଼ିକର ନଁା କର୍ତ୍ତବ୍ୟ ଭବନ ରଖାଯାଉ ବୋଲି କଂଗ୍ରେସ ନେତା ଶଶୀ ଥରୁର ଶନିବାର କହିଛନ୍ତି। ଶୁକ୍ରବାର ଟିଏମ୍‌ସି ଏମ୍‌ପି ମହୁଆ ମୈତ୍ର ମଧ୍ୟ ଅନୁରୂପ ପ୍ରଶ୍ନ ଉଠାଇଥିଲେ।

Share