Categories: ଜାତୀୟ

ନବଜାତ କନ୍ୟାକୁ ଘରକୁ ଆଣିବା ପାଇଁ ହେଲିକପ୍ଟର ଡକାଇଲେ ବାପା

ନାଗପୁର,୨୩।୪: ରାଜସ୍ଥାନର ନାଗପୁର ଜିଲାରେ ଜଣେ ବ୍ୟକ୍ତି ନିଜ ନବଜାତ କନ୍ୟାକୁ ଘରକୁ ଆଣିବା ପାଇଁ ହେଲିକପ୍ଟର ବ୍ୟବହାର କରିଛନ୍ତି। ହନୁମାନ ପ୍ରଜାପତଙ୍କ ପତ୍ନୀ ଚୁକି ଦେବୀ ଗତ ୩ ତାରିଖରେ ନାଗପୁର ଜିଲା ହସ୍ପିଟାଲରେ ଶିଶୁକନ୍ୟା(ରିୟା)କୁ ଜନ୍ମ ଦେଇଥିଲେ। ସେଠାରୁ ଶିଶୁ କନ୍ୟାଙ୍କ ସହ ନିଜ ବାପ ଘର(ହର୍ସୋଲାଭ ଗାଁ)କୁ ଚାଲି ଯାଇଥିଲେ ଚୁକି।

ହର୍ସୋଲାଭ ଗ୍ରାମରୁ ନିମ୍ବଡି ଚାନ୍ଦଓ୍ବାତା ଗାଁ ପ୍ରାୟ ୪୦ କି.ମି. ଦୂର। ଏହି ଦୂରତାକୁ ଅତିକ୍ରମ କରିବା ପାଇଁ ହେଲିକପ୍ଟକୁ ମାତ୍ର ୧୦ ମିନିଟ୍‌ ଲାଗିଥିଲା।

ମୋ ଝିଅ ତଥା ରାଜକୁମାରୀର ସ୍ବାଗତ ସ୍ବତନ୍ତ୍ର କରିବାକୁ ଚାହୁଁଥିଲି। ମୋ ପରିବାର ପାଇଁ ମୋ ଝିଅ କେତେ ସ୍ପେଶାଲ ତାହା ଜଣାଇବା ଲାଗି ଏଭଳି କରିଥିଲି। ଝିଅ ହୋଇଥିବାରୁ ମୋ ବାପା ବହୁତ ଖସୀ। ସେ ହିଁ ମୋତେ ଏଭଳି ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ୩୫ ବର୍ଷ ପରେ ଆମ ପରିବାରରେ ପ୍ରଥମ ଝିଅ ହୋଇଛି। ସେ ଆମ ପାଇଁ ଉପହାର। ତା’ର ସବୁ ସ୍ବପ୍ନ ପୂରା କରିବି ବୋଲି ନିମ୍ବଡି ଚାନ୍ଦଓ୍ବାତା ଗ୍ରାମର ବାସୀନ୍ଦା ପ୍ରଜାପତ କହିଛନ୍ତି।

Share