Categories: ଜାତୀୟ

ଦୁର୍ନୀତିରେ ରାଜସ୍ଥାନ ଆଗରେ ରହିଛି: ଧାମି

ଜୟପୁର,୨୨।୯: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଢେର ବଢିଯାଇଛି। ଆଉ ଦିନକୁ ଦିନ ଏହା ରାଜନୈତିକ ମାହୋଲକୁ ଅଧିକ ସରଗରମ କରିବାରେ ଲାଗିଛି। ତେବେ ରାଜ୍ୟର ଶାସକ କଂଗ୍ରେସ ଦଳର ନେତା ଓ ମନ୍ତ୍ରୀଙ୍କୁ ଭାଜପା ପକ୍ଷରୁ ଜୋରଦାର ସମାଲୋଚନା କରାଯାଉଛି। ଏହି କ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଜ୍ୟର ଅଶୋକ ଗେହଲଟ ସରକାରକୁ ଟାର୍ଗେଟ କରିଛନ୍ତି। ଗୁରୁବାର କୋଟାଠାରେ ସେ ଗେହଲଟଙ୍କ ଉପରେ ବର୍ଷିବା ସହ ଅଭିଯୋଗ କରିଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ ରାଜସ୍ଥାନରେ ଏପରି ଏକ ସରକାର ଅଛି ଯାହା କେନ୍ଦ୍ରରୁ ମିଳିଥିବା ଟଙ୍କା ରାଜ୍ୟରେ ବିନିଯୋଗ କରିବାକୁ ଚାହୁଁନାହିଁ। ଏଠାକାର ଲୋକଙ୍କୁ ପ୍ରକୃତପକ୍ଷେ କିପରି ଲାଭ ମିଳିବ ସେଥିପ୍ରତି ମଧ୍ୟ ଆନ୍ତରିକତା ନାହିଁ।
ଦୁର୍ନୀତିରେ ରାଜସ୍ଥାନ ପ୍ରଥମ ଆଗରେ ରହିଛି ବୋଲି ଧାମି କହିଛନ୍ତି। ଏଥିସହିତ ଏଠାରେ ଅପରାଧ ଢେର ବଢିଛି ବୋଲି ସେ କହିଛନ୍ତି।

Share