Categories: ଜାତୀୟ

ରାଜସ୍ଥାନ ହସ୍ପିଟାଲରେ ମୂଷା ଖାଇଗଲା ମହିଳାଙ୍କ ଆଖି

କୋଟା,୧୮ ।୫: ରାଜସ୍ଥାନ କୋଟାରୁ ଏମିତି ଏକ ଖବର ସାମ୍ନକୁ ଆସିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଏହାସହ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୋଟାର ଏମବିଏସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ଆଖିକୁ ମୂଷା ଖାଇଯାଇଛି । ଫଳରେ ମହିଳାଙ୍କ ଆଖିପତା ଦୁଇଖଣ୍ଡ ହୋଇଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ସ୍ୱାମୀ ଦେବେନ୍ଦ୍ର ସିଂ ଭାଟି ଅଭିଯୋଗ କରିଛନ୍ତି କି ତାଙ୍କ ପତ୍ନୀ ରୂପମତି ପକ୍ଷାଘାତରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ବେକଠାରୁ ତଳକୁ କୌଣସି ଅଙ୍ଗ କାମ କରୁନାହିଁ । ସେ ଚିକିତ୍ସା ପାଇଁ ଏମବିଏସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହେଲେ ଗତ ରାତିରେ ସେ ଶୋଇଥିବା ବେଳେ ମୂଷା ଆସି ତାଙ୍କ ଆଖିକୁ କାମୁଡିବାରେ ଲାଗିଛି । ଏହାପରେ ରୂପମତି କେବଳ ବେକ ହଲାଇବାରୁ ମୂଷାଟି ଚାଲିଯାଇଛି । ହେଲେ ସେତେବେଳକୁ ତାଙ୍କ ଆଖିପତା ଦୁଇଖଣ୍ଡ ହୋଇଯାଇଥିବା ଦେବେନ୍ଦ୍ର ଅଭିଯୋଗ କରିଛନ୍ତି । ଏହା ଜଣାପଡିବା ପରେ ତୁରନ୍ତ ନର୍ସିଂ ଷ୍ଟାପ ପହଞ୍ଚିବା ସହ ଆଖି ଡାକ୍ତରଙ୍କୁ ଡାକି ରୂପମତିଙ୍କ ଆଖିପତାକୁ ଷ୍ଟିଚ କରାଯାଇଛି । ହେଲେ ମୂଷାଙ୍କ ଉପଦ୍ରବକୁ ଦେଖି ଅନ୍ୟ ରୋଗୀମାନେ ଭୟଭିତ ହୋଇଯାଇଛନ୍ତି । ଏବେ ଏହାକୁ ନେଇ ଗେହେଲଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି ।

Share