Categories: ଜାତୀୟ

ପାଇଲଟଙ୍କୁ ଆଶ୍ୱସ୍ତି, ରାଜସ୍ଥାନ ହାଇକୋର୍ଟ ନେଲେ ବଡ ନିଷ୍ପତ୍ତିି

ଜୟପୁର,୨୪।୭: ସଚିନ ପାଇଲଟ ଏବଂ ତାଙ୍କ ୧୮ ସହଯୋଗୀ ବିଧାୟକଙ୍କ ବିରୋଧରେ ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ରାଜସ୍ଥାନ ହାଇକୋର୍ଟ ରାୟ ଦେଇଛନ୍ତି। ମାମଲାର ସ୍ଥିତାବସ୍ଥା ବଜାୟ ରଖିବାକୁ ରାଜସ୍ଥାନ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ ରେ ହେବ। ଶୁକ୍ରବାର ଶୁଣାଣିବେଳେ ସଚିନ ଏବଂ ତାଙ୍କ ସହଯୋଗୀ କେନ୍ଦ୍ରକୁ ଏହି ମାମଲାରେ ପକ୍ଷଭୁକ୍ତ କରିବାକୁ ଆବେଦନ କରିଥିଲେ। ସୂଚନାଯୋଗ୍ୟ, କଂଗ୍ରେସ ଦଳ ଓ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥବବାରୁ ପାଇଲଟ ଏବଂ ତାଙ୍କ ୧୮ ସହଯୋଗୀଙ୍କୁ ବାଚସ୍ପତି ସିପି ଯୋଶୀ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ଦଳବଦଳ ଆଇନ ଅନୁସାରେ ଆୟୋଗ୍ୟ ଘୋଷଣା ପାଇଁ ଦାବି କରିଥିଲେ। ଏହା ବିରୋଧରେ ସଚିନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share