Categories: ଜାତୀୟ

କୃଷି ଆଇନ ବିରୋଧରେ ୩ ବିଲ୍‌ ଆଣିଲା ରାଜସ୍ଥାନ

ନୂଆଦିଲ୍ଲୀ,୧।୧୧(ପି.ଟି.): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ଅକାମୀ କରିବା ପାଇଁ ରାଜସ୍ଥାନ ସରକାର ଶନିବାର ବିଧାନସଭାରେ ତିନୋଟି ବିଲ୍‌ ଆଗତ କରିଛନ୍ତି। ପୂର୍ବରୁ ପଞ୍ଜାବ ସରକାର ବିଧାନସଭାରେ କୃଷି ଆଇନ ବିରୋଧରେ ସଂକଳ୍ପ ଗୃହୀତ କରାଇବା ସହ ବିବାଦୀୟ ଆଇନ ବିରୋଧରେ ୪ ବିଲ୍‌ ଗୃହୀତ କରାଇଥିଲେ। ରାଜସ୍ଥାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରିଓ୍ବାଲ ଗୃହରେ ଅତ୍ୟାବଶ୍ୟକ ସାମଗ୍ରୀ (ସ୍ବତନ୍ତ୍ର ବ୍ୟବସ୍ଥା ଓ ରାଜସ୍ଥାନ ସଂଶୋଧନ) ବିଲ୍‌, ୨୦୨୦, ମୂଲ୍ୟ ବୀମା ଓ କୃଷି ସେବା କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ରାଜିନାମା (ରାଜସ୍ଥାନ ସଂଶୋଧନ) ବିଲ୍‌, ୨୦୨୦ ଏବଂ କୃଷି ଉତ୍ପାଦନର ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଓ ସୁବ୍ୟବସ୍ଥିତ କରିବା ଓ ରାଜସ୍ଥାନ ସଂଶୋଧନ) ବିଲ୍‌,୨୦୨୦ ଆଗତ କରିଛନ୍ତି।

Share