Posted inଖେଳ

ଫାଇନାଲରେ ରାଜସ୍ଥାନ-ଗୁଜରାଟ

ଅହମଦାବାଦ,୨୮।୫: ସିନିୟର ଖେଳାଳିଙ୍କ ଦାୟିତ୍ୱହୀନ ପ୍ରଦର୍ଶନ ଯୋଗୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଭିଯାନ କ୍ୱାଲିଫାୟର-୨ରୁ ଶେଷ ହୋଇଛି। ଅନ୍ୟପକ୍ଷରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଜୋସ ବଟଲରଙ୍କ ଅପରାଜିତ ଶତକ ସହାୟତାରେ ରାଜସ୍ଥାନ ୭ ଉଇକେଟରେ ଆର୍‌ସିବିକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ରାଜସ୍ଥାନ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ରବିବାର ଅନୁଷ୍ଠିତ ହେବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ଏଲିମିନେଟର ମ୍ୟାଚରେ ଆକର୍ଷଣୀୟ ବ୍ୟାଟିଂ କରିଥିବା ଆର୍‌ସିବି ଏଠାରେ ଶେଷ ୫ ଓଭରରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ୨୦ ଓଭରରେ ୮ ଉଇକେଟ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ରାଜସ୍ଥାନ ୧୮.୧ ଓଭରରେ ୩ ଉଇକେଟ ହରାଇ ୧୬୧ ରନ ସଂଗ୍ରହ କରି ନେଇଥିଲା। କ୍ୱାଲିଫାୟର-୧ରେ ରାଜସ୍ଥାନକୁ ହରାଇ ଗୁଜରାଟ ଫାଇନାଲରେ ପ୍ରବେଶ କରିଥିଲା। ତେଣୁ ମେଗା ଫାଇନାଲ ଏହାର ରିମ୍ୟାଚ ସଦୃଶ ହେବ। ଆଇପିଏଲ୍‌ରେ ଗୁଜରାଟ ନୂଆ ଦଳ ହୋଇଥିବାବେଳେ ରାଜସ୍ଥାନ ପୂର୍ବରୁ ପ୍ରଥମ ସଂସ୍କରଣ ୨୦୦୮ରେ ଚାମ୍ପିୟନ ହୋଇଥିଲା। ତେଣୁ ଲିଗ୍‌ ଇତିହାସରେ ରାଜସ୍ଥାନ ଦ୍ୱିତୀୟ ଥରପାଇଁ ଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ୨୦୧୦ ଓ ୨୦୧୫ ପରି ଏଥର ମଧ୍ୟ ଆରସିବି ତୃତୀୟ ଥରପାଇଁ ତୃତୀୟସ୍ଥାନରେ ସନ୍ତୁଷ୍ଟ ରହିଛି। ୨୦୦୯, ୨୦୧୧ ଓ ୨୦୧୬ରେ ଦଳ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଏଥର ନେତୃତ୍ୱରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେହି ପ୍ରଦର୍ଶନକୁ ଦୋହରାଇ ପାରିନାହିଁ।

କ୍ୱାଲିଫାୟର-୨ ପରି ବଡ଼ ମ୍ୟାଚରେ ଶତକ ହାସଲ କରି ଦକ୍ଷତା ଦେଖାଇଥିଲେ ରାଜସ୍ଥାନର ତାରକା ବ୍ୟାଟର ଜୋସ ବଟଲର। ସେ ୬୦ ବଲ୍‌ରୁ ୧୦ ଚୌକା ଓ ୬ ଛକା ସହାୟତାରେ ୧୦୬ ରନ କରି ଅପରାଜିତ ରହିଥିଲେ। ଯୁବ ଓପନର ଯଶସ୍ବି ଜୟସ୍ବାଲ ୧୩ ବଲ୍‌ରୁ ୨୧ (୧ ଚୌକା, ୨ ଛକା) ଏବଂ ଅଧିନାୟକ ସଞ୍ଜୁ ସାମସନ ୨୧ ବଲ୍‌ରୁ ୨୩ (୧ ଚୌକା, ୨ ଛକା) ରନ କରିଥିଲେ। ଆରସିବି ପକ୍ଷରୁ ଜୋଶ୍‌ ହାଜେଲଉଡ୍‌ ୨ଟି ଓ ଓ୍ବାନିନ୍ଦୁ ହସରଙ୍ଗା ଗୋଟିଏ ଉଇକେଟ ନେଇଥିଲେ।

ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆର୍‌ସିବିର ବ୍ୟାଟିଂ କିମ୍ବା ବୋଲିଂ କିଛି ବି କାମ ଦେଇ ନ ଥିଲା। ଏଲିମିନେଟର ମ୍ୟାଚ୍‌ରେ ଶତକ ହାସଲ କରିଥିବା କେବଳ ରଜତ ପଟିଦାରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳି ରାଜସ୍ଥାନ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ। ଟସ୍‌ ହାରି ଦଳ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବାବେଳେ ବଡ଼ ମ୍ୟାଚ୍‌ରେ ନିରାଶ କରିଥିଲେ ବିରାଟ କୋହଲି। ସେ ମାତ୍ର ୭ ରନ୍‌ କରି ଦଳର ପରାଜୟ ପର୍ବ ଆରମ୍ଭ କରିଥିଲେ। ଅଧିନାୟକ ଫାଫ୍‌ ଡୁ’ପ୍ଲେସି ୨୭ ବଲ୍‌ରୁ ୨୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ରଜତ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ କ୍ରିଜ୍‌ରେ ଥିବା ସମୟରେ ଆର୍‌ସିବି ବଡ଼ ସ୍କୋର କରିବା ସମ୍ଭାବନା ସୃଷ୍ଟି ହୋଇଥିଲା। ମାତ୍ର ସଞ୍ଜୁ ସାମ୍‌ସନଙ୍କ ଚତୁର ଅଧିନାୟକତ୍ୱ ଆଗରେ ଆର୍‌ସିବି ହାର ମାନିଥିଲା। ବିପଜ୍ଜନକ ମ୍ୟାକ୍ସଓ୍ବେଲ କ୍ରିଜ୍‌ରେ ସେଟ୍‌ ହୋଇ ଆସୁଥିବା ଦେଖି ସେ ୧୪ତମ ଓଭରରେ ଟ୍ରେଣ୍ଟ ବୋଲ୍ଟଙ୍କୁ ବୋଲିଂ ଭାର ଦେଇ ସଫଳ ହୋଇଥିଲେ। ମ୍ୟାକ୍ସଓ୍ବେଲ ୧୩ ବଲ୍‌ରୁ ୧ ଚୌକା ଓ ୨ ଛକା ସହାୟତାରେ ୨୪ ରନ୍‌ କରି ଆଉଟ ହେବା ଇନିଂସ୍‌ର ଟର୍ନିଂ ପଏଣ୍ଟ ଥିଲା। ପଟିଦାର ୪୨ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ସର୍ବାଧିକ ୫୮ ରନ୍‌ କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ। ଦୀନେଶ କାର୍ତ୍ତିକଙ୍କ ସମେତ ଟେଲ୍‌ ଏଣ୍ଡରଙ୍କ ବିପର୍ଯ୍ୟୟ ଆର୍‌ସିବିକୁ ବହୁତ କ୍ଷତି ପହଞ୍ଚାଇଥିଲା। ଶେଷ ୫ ଓଭରରେ ଏହି ଦଳ ମାତ୍ର ୩୪ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଏବଂ ୫ ଉଇକେଟ ହରାଇଥିଲା। ମହୀପାଲ ଲୋମରୋର ୮, କାର୍ତ୍ତିକ ୬ ଓ ହର୍ଷଲ ପଟେଲ ୧ ରନ୍‌ କରିପାରିଥିବାବେଳେ ଓ୍ବାନିନ୍ଦୁ ହସରଙ୍ଗା ଖାତା ଖୋଲିପାରି ନ ଥିଲେ। ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଓବେଡ ମ୍ୟାକକୟ ୩ଟି ଲେଖାଏ ଏବଂ ଟ୍ରେଣ୍ଟ ବୋଲ୍ଟ ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri