Categories: ଖେଳ

ପଦକ ବିଜେତାଙ୍କ ଉପରେ ଧନ ବର୍ଷା

ଜୟପୁର,୩୦।୮: ସୋମବାର ଟୋକିଓ ପାରାଲିମ୍ପିକ୍ସରେ ରାଜସ୍ଥାନର ତିନିଜଣ ଖେଳାଳି ଦେଶକୁ ଗୌରାବାନ୍ବିତ କରିଛନ୍ତି। ପଦକ ବିଜେତାଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଅବନୀ ଲେଖରା ସ୍ବର୍ଣ୍ଣ, ଦେବେନ୍ଦ୍ର ଝାଝରିଆ ରୌପ୍ୟ ଏବଂ ସୁନ୍ଦର ସିଂ ଗୁର୍ଜର ନିଜ ନିଜ ଇଭେଣ୍ଟରେ ପଦକ ଜିତିଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଟୁଇଟ୍‌ କରି କହିଛନ୍ତି, ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପାଇଁ ରାଜ୍ୟର ଅବନୀ ଲେଖରାଙ୍କୁ ତିନି କୋଟି, ରୌପ୍ୟ ଜିତିବା ପାଇଁ ଦେବେନ୍ଦ୍ର ଝାଝାରିଆଙ୍କୁ ଦୁଇ କୋଟି ଏବଂ ବ୍ରୋଞ୍ଜ ପଦକ ଜିତିବା ପାଇଁ ସୁନ୍ଦର ସିଂଙ୍କୁ ଏକ କୋଟି ଟଙ୍କା ପୁରସ୍କାର ମିଳିଥିଲା। ଅନ୍ୟ ଏକ ଟୁଇଟ୍‌ରେ ସିଏମ କହିଛନ୍ତି, ଏହି ତିନି ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗରେ ଏସିଏଫ ପଦରେ ନିଯୁକ୍ତି ଦିଆଯାଇଛି। ରାଜ୍ୟର ଖେଳାଳିମାନେ ପଦକ ଜିତି ଦେଶ ତଥା ରାଜ୍ୟ ପେଇଁ ପୁରସ୍କାର ଆଣିଛନ୍ତି, ଆମେ ସେମାନଙ୍କ ପାଇଁ ବହୁତ ଗର୍ବିତ। ସୂଚନାଯୋଗ୍ୟ ଯେ, ମହିଳା ୧୦ ମିଟର ଏୟାର ଇଭେଣ୍ଟ ଏସ୍‌ଏଚ୍‌-୧ ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପୁରୁଷ ଜାଭେଲିନ ଥ୍ରୋରେ ଦେବେନ୍ଦ୍ର ଝାଝରିଆ ରୌପ୍ୟ ପଦକ ଜିତିଥିବାବେଳେ ସୁନ୍ଦର ସିଂ  ବ୍ରୋଞ୍ଜ ପଦକ ଜିତିଛନ୍ତି।

Share