ରାଜସ୍ଥାନରେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ

ଜୟପୁର,୨୭ ।୧୦: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ଏବେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିବାକୁ ସରକାର ଚିନ୍ତା କରୁଛନ୍ତି । ଏଥିପାଇଁ ଏକ ନୂଆ ଆଇନ ମଧ୍ୟ ଆସିବ ବୋଲି କୁହାଯାଉଛି । ଆସନ୍ତା ବିଧାନସଭା ଅଧିବେଶନରେ ଏ ସମ୍ପର୍କରେ ଏକ ବିଧେୟକ ଆଣିବା କଥା ସରକାର ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ କରୋନାର ପ୍ରକୋପକୁ କମ୍ କରିବାକୁ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ଚିନ୍ତା କରିଛନ୍ତି । ତେବେ ଯେଉଁ ପର୍ଯ୍ୟନ୍ତ ଏହାର କୌଣସି ଔଷଧ ବା ଟିକା ଆସିନାହିଁ ସେ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା, ୨ ଫୁଟ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା ଆଦିକୁ ଗୁରୁତ୍ୱ ଦେବାକୁ ପଡିବ । ଗେହଲଟ ଭିଡିଓ କନଫରେସିଂରେ ଅକ୍ଟୋବରରେ ମଧ୍ୟପ୍ରଦେଶରେ ଲାଗୁ କରାଯାଇଥିବା ନୋ ମାସ୍କ ନୋ ଏଣ୍ଟ୍ରିର ସଫଳତାକୁ ନେଇ କଥା ହେଉଥିବା ସମୟରେ ଏହା କହିଛନ୍ତି ।

Share