Categories: ଜାତୀୟ

ରାଜସ୍ଥାନ ଅନ୍ନଦାତା ଦିଲ୍ଲୀ ମୁହାଁ: ମୁକାବିଲା ପାଇଁ ହରିୟାଣା ସୀମାରେ ବଜ୍ର ବାହନ-୩ କମ୍ପାନୀ ଫୋର୍ସ

ନୂଆଦିଲ୍ଲୀ,୧୩।୧୨: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ଇତିମଧ୍ୟରେ ରାଜସ୍ଥାନର ଚାଷୀ ସଂଗଠନ ଜୟପୁରରୁ ଦିଲ୍ଲୀ ହୋଇଛନ୍ତି। ସେମାନଙ୍କୁ ଅଟକାଇବା ପାଇଁ ହରିୟାଣା ସୀମାରେ ବଜ୍ର ବାହନ ସହିତ ୩ କମ୍ପାନୀ ଫୋର୍ସଙ୍କୁ ମୁତୟନ କରାଯାଇଛି। ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଚାଷୀ ଏବଂ ଯବାନ ଏବେ ନିଜର ଇଛା ନ ଥିଲେ ବି ମୁହାଁମୁହିଁ ହୋଇଛନ୍ତି। ଜୟପୁରରୁ ଚାଷୀ ସଂଗଠନଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ହରିୟାଣା ପୋଲିସ ବିଭାଗକୁ ସତର୍କ କରାଯାଇଛି। ଏଏସ୍‌ପି ଅଭିଷେକ ଜୋରଓ୍ବାଲ କହିଛନ୍ତି ଯେ, ହରିୟାଣା ପୋଲିସ ରାଜସ୍ଥାନ ପୋଲିସ ସହିତ ଯୋଗାଯୋଗରେ ରହିଛନ୍ତି। ଚାଷୀ ସଂଗଠ ଜୟପୁରରୁ ଦିଲ୍ଲୀ ମୁହଁା ହେବାମାତ୍ରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

Share