Posted inଜାତୀୟ

ରାଜସ୍ଥାନ ଲାଗି କଂଗ୍ରେସ ଜାରି କଲା ଚତୁର୍ଥ ପ୍ରାର୍ଥୀ ତାଲିକା: ନୂଆଙ୍କ ଉପରେ ଭରସା, କିଛି ବିଧାୟକଙ୍କ ଟିକେଟ କଟିଲା…

ଜୟପୁର,୩୧।୧୦: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୫୬ ନାମକୁ ନେଇ ଘୋଷଣା ରହିଛି। ସେମାନଙ୍କ ମଧ୍ୟରୁ ୨୦ ନୂଆ ଚେହେରା ଥିବା ବେଳେ ୮ ବିଧାୟକଙ୍କ ଟିକେଟ କଟିଛି। ପୂର୍ବରୁ କଂଗ୍ରେସ ୯୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଚତୁର୍ଥ ତାଲିକା ଆସିବା ପରେ କଂଗ୍ରେସ ରାଜସ୍ଥାନରେ ଏଯାବତ ୧୫୧ ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲଗାଇଛି। ଏବେ ରାଜ୍ୟରେ ମାତ୍ର ୪୯ ସିଟ୍‌ରେ ଦଳ ପ୍ରାର୍ଥୀ ଦେବା ବାକି ରହିଛି।
ପ୍ରକାଶ ଯେ, ଗତ ଦୁଇ ଦିନ ଧରି ରାଜସ୍ଥାନରେ ବାକି ଥିବା ସିଟ୍‌ରେ ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲଗାଯିବା ଲାଗି ବୈଠକ ହେଉଛି। ସୋମବାର ରାତିରେ ଏନେଇ ଆଲୋଚନା କରାଯାଇଥିଲା। ମଙ୍ଗଳବାର ହୋଇଥିବା ସିଇସି ବୈଠକ ପରେ ଏବେ ଏହି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି।
କେଉଁଠାରୁ କିଏ ଟିକେଟ ପାଇଲା?
କଂଗ୍ରେସର ଚତୁର୍ଥ ତାଲିକାରେ ଅଧିକାଂଶ ବସିଥିବା ବିଧାୟକଙ୍କୁ ଟିକେଟ ଦିଆଯାଇଛି। ଗାନ୍ଧରରୁ ଅଙ୍କୁର ମଙ୍ଗଲାନୀଙ୍କୁ ଟିକେଟ ଦିଆଯାଇଥିବା ବେଳେ ଯୋଗୀନ୍ଦର ସିଂ ଆୱାନା ନାଡବାଇରୁ ଟିକେଟ ପାଇଛନ୍ତି। ବୁଣ୍ଡିରୁ ହରିମୋହନ, ରାଇସିଂହ ନାଗରରୁ ସୋହାନଲାଲ ଜାଟଭ, ମାକ୍ରାନାରୁ ଜାକିର ହୁସେନ, ଜୟନ୍ତରରୁ ସୁରେନ୍ଦ୍ର ଗୋୟଲ, ପାଲିରୁ ଭୀମରାଜ ଭାଟିଙ୍କୁ ଟିକେଟ ମିଳିଛି। ସେହିଭଳି ମନଭେନ୍ଦ୍ର ସିଂଙ୍କୁ ସିୱାନା ଏବଂ କିଶାନଗଡରୁ ବିକାଶ ଚୌଧୁରୀ ରହିଛନ୍ତି।
ସୂଚନାଯୋଗ୍ୟ, ରାଜସ୍ଥାନ ବିଧାନସଭାର ୨୦୦ ଟି ସିଟ ଉପରେ ଭୋଟ ୨୫ ନଭେମ୍ବରରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୩ ରେ ଭୋଟ ଗଣନା ହେବ ଏବଂ ଫଳାଫଳ ମଧ୍ୟ ସେହି ଦିନ ଘୋଷଣା କରାଯିବ। ଅକ୍ଟୋବର ୩୦ ରୁ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ୬ ନଭେମ୍ବର ଏବଂ ନାମାଙ୍କନ ପ୍ରତ୍ୟାହାର ସମୟ ୯ ନଭେମ୍ବର ପର୍ଯ୍ୟନ୍ତ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri