Categories: ଜାତୀୟ

ରାଜସ୍ଥାନ ପ୍ରଭାରୀ ପଦ ଛାଡିଲେ ଅଜୟ ମାକେନ

ଜୟପୁର,୧୬।୧୧: ରାଜସ୍ଥାନରେ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ମଧ୍ୟରେ କଂଗ୍ରେସ ନେତା ଅଜୟ ମାକେନ ରାଜ୍ୟ ପ୍ରଭାରୀ ପଦରୁ ଇସ୍ତାଫା ଦେଇଛନ୍ତି। ମାକେନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଚିଠି ଲେଖି ରାଜସ୍ଥାନର ପ୍ରଭାରୀ ଦାୟିତ୍ୱରେ କାମ କରିବାକୁ ମନା କରିଦେଇଛନ୍ତି। ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଆଉ ଜଣଙ୍କୁ ପ୍ରଭାରୀ ଦାୟିତ୍ୱ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ସେ ସେପ୍ଟେମ୍ବର ୨୫ରେ ଗେହଲୋଟ ଗୋଷ୍ଠୀର ବିଧାୟକଙ୍କ ବିଦ୍ରୋହ ପ୍ରସଙ୍ଗ ଉଠାଇଛନ୍ତି।
ମାକେନ ଚିଠିରେ ଲେଖିଛନ୍ତି, ଡିସେମ୍ବର ପ୍ରଥମ ସପ୍ତାହରେ ଭାରତ ଯୋଡୋ ଯାତ୍ରା ରାଜସ୍ଥାନକୁ ଆସୁଛି। ଡିସେମ୍ବର ୪ରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏଭଳି ପରିସ୍ଥିତିରେ ରାଜସ୍ଥାନର ଜଣେ ନୂତନ ପ୍ରଭାରୀ ନିଯୁକ୍ତ କରିବା ଆବଶ୍ୟକ। ଉପନିର୍ବାଚନ ପୂର୍ବରୁ ମାକେନ ପ୍ରଭାରୀ ପଦ ଛାଡିବା କଂଗ୍ରେସର ଗୋଷ୍ଠୀ କନ୍ଦଳ ପୁଣି ପଦାକୁ ଆସିଛି।

Share