Posted inଜାତୀୟ

ଅସୁସ୍ଥ ଅଛନ୍ତି ଗେହଲୋଟ, ପଞ୍ଜାବ-ଅଜମେର ଗସ୍ତ ହେଲା ବାତିଲ

ଜୟପୁର,୨୭।୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ଅଛନ୍ତି । ମୁଖ୍ୟମନ୍ତ୍ରୀ ଅସୁସ୍ଥତା ସତ୍ତ୍ୱେ ଗୁରୁବାର ଗଣତନ୍ତ୍ର ଦିବସ ଅବସରରେ ସେ ଜୟପୁରର ଏସ୍‌ଏମ୍‌ଏସ୍‌ ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ପହଞ୍ଚି ରାଷ୍ଟ୍ରୀୟ ପର୍ବ ପାଳନ କରିଥିଲେ। ତେବେ ଅସୁସ୍ଥତା ହେତୁ ଶୁକ୍ରବାର ସେ ପଞ୍ଜାବର ଜଲନ୍ଦର ଏବଂ ଅଜମେର ଗସ୍ତକୁ ବାତିଲ କରିଛନ୍ତି। ବର୍ତ୍ତମାନ ସେ ଘରେ ଚିକିତ୍ସିତ ହେଉଛନ୍ତି।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶୁକ୍ରବାର ଅଜମେର ଏବଂ ଜଳନ୍ଦର ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ମଧ୍ୟାହ୍ନ ୧୨ଟାରେ ସ୍ବର୍ଗତ ଜଳନ୍ଦର ଏମ୍‌ପି ସାନ୍ତୋଖ ସିଂ ଚୌଧୁରୀ ଅନ୍ତିମ ଅରଦାସ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ। ଏହାପରେ ଅପରାହ୍ନ ୩ଟାରେ ଅଜମେରରେ ଯିବାର ଏକ କାର୍ଯ୍ୟକ୍ରମ ଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ଶଶି ଥରୁର୍‌ଙ୍କୁ ଆଶ୍ୱସ୍ତି, ସୁନନ୍ଦା ପୁଷ୍କର ମାମଲାରୁ ଖଲାସ…

ନୂଆଦିଲ୍ଲୀ,୧୮।୮: ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ତାଙ୍କୁ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ...

ବିମାନରେ ବିଗିଡିଲା ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲ୍‌ରେ ମୃତ୍ୟୁ

ନୂଆଦିଲ୍ଲୀ,୧୧।୯: ଦୁବାଇରୁ କୋଚି ଅଭିମୁଖେ ଯାତ୍ରା କରୁଥିବା ଜଣେ ମହିଳା ବିମାନରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ କୋଚିର ଏକ ଡାକ୍ତରଖାନାରେ ମୃତ ଘୋଷଣା...

ଗୁଜରାଟ ନଗର ନିଗମ ନିର୍ବାଚନ: ଭାଜପା ଆଗରେ

ଅହମଦାବାଦ,୨୩ ।୨: ଗୁଜରାଟରେ ହୋଇଥିବା ୬ ନଗର ନିଗମ ନିର୍ବାଚନର ଫଳାଫଳ ମଙ୍ଗଳବାର ଘୋଷଣା କରାଯିବ । ଏହାର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସରିଥିବା...

‘ୟୁପିର ନିର୍ବାଚନ ଫଳାଫଳ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା’

ଲକ୍ଷ୍ନୌ,୧୧।୩: ବହୁଜନ ସମାଜ ପାର୍ଟି ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନ ମଧ୍ୟରୁ କେବଳ ଗୋଟିଏ ଆସନ ହାତେଇଛି। ନିର୍ବାଚନରେ ଦଳର ଅସନ୍ତୋଷ ପ୍ରଦର୍ଶନ ପରେ ବିଏସ୍‌ପି...

ବିହାର ରାଜନୀତିରେ ନୂଆ ଟୁଇଷ୍ଟ୍‌: ଉପେନ୍ଦ୍ର କୁଶୱାହା କହିଲେ, ‘ଅଲ୍‌ ଇଜ୍‌ ଓ୍ବେଲ୍‌’

ପାଟନା,୯।୬: ବିହାରରେ ରାଜନୈତିକ ହଲ୍‌ଚଲ୍‌ ଦେଖିବାକୁ ମିଳିଛି। ରାଜ୍ୟରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ଭିତରେ...

ଥରିଲା ଦିଲ୍ଲୀ: ଆତଙ୍କିତ ହୋଇ ଘରୁ ବାହାରିଲେ ଲୋକେ

ନୂଆଦିଲ୍ଲୀ,୧୨।୪: ଦିଲ୍ଲୀରେ ରବିବାର ଅପରାହ୍ନ ୫ଟା ୪୫ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଜାତୀୟ ଭୂକମ୍ପ ଗବେଷଣା...

ସିନ୍ଧୁ ସୀମାରେ ହତ୍ୟା: ସଂଯୁକ୍ତ କୃଷକ ମୋର୍ଚ୍ଚା କହିଲା ଘଟଣା ସହ କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ,୧୫ ।୧୦: ହରିୟାଣା-ଦିଲ୍ଲୀ ସିନ୍ଧୁ ସୀମାରେ ଶୁକ୍ରବାର ସକାଳେ ଜଣେ ବ୍ୟକ୍ତିଙ୍କ କଟା ଯାଇଥିବା ହାତର ମୃତଦେହ ମିଳିଥିଲା । ସୋସିଆଲ ମିଡିଆରେ ଏହି ଫଟୋ...

ପାଣିପାଗ ବିଭାଗର ସତର୍କ ସୂଚନା: ଆସନ୍ତା ୪ ଘଣ୍ଟାରେ ହେବ ପ୍ରବଳ ବର୍ଷା

ମୁମ୍ବାଇ,୨୫।୭: ମୁମ୍ବାଇ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୪ ଘଣ୍ଟା ମଧ୍ୟରେ ମୁମ୍ବାଇର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଥାନେ, ରାଇଗଡ଼,...

Advertisement
Archives

Model This Week