Categories: ଜାତୀୟ

ଆପରାଧିକ ମାନହାନି ମାମଲା: ଅଶୋକ ଗେହଲୋଟଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦାଖଲ କଲା ରିପୋର୍ଟ, ଜୁନ ୧ରେ ଶୁଣାଣି

ନୂଆଦିଲ୍ଲୀ,୨୫।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ ଆପରାଧିକ ମାନହାନି ମାମଲାରେ ଦିଲ୍ଲୀ ପୋଲିସ ତା’ର ରିପୋର୍ଟ ରାଉଜ ଏଭେନ୍ୟୁ କୋର୍ଟରେ ଦାଖଲ କରିଛି। କୋର୍ଟ ଦିଲ୍ଲୀ ପୋଲିସର ରିପୋର୍ଟକୁ ସ୍ବୀକାର କରି ନେଇଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଗେହଲୋଟଙ୍କ ବିରୋଧରେ ଆପରାଧିକ ମାନହାନି ମାମଲା ଦାୟର କରିଥିଲେ।
ଦିଲ୍ଲୀ ପୋଲିସର ରିପୋର୍ଟ ଆଧାରରେ ରାଉଜ ଏଭେନ୍ୟୁ କୋର୍ଟରେ ଜୁନ ୧ରେ ଶୁଣାଣି ହେବ। ରିପୋର୍ଟ ଆଧାରରେ କୋର୍ଟ ନିଷ୍ପତ୍ତି ନେବେ ଯେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କ ମାନହାନୀ ଅଭିଯୋଗ ଉପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ସମନ ଜାରି କରାଯିବ ନା ନାହିଁ।

Share