Categories: ଜାତୀୟ

କିଏ କଣ କରୁଛି, କିଛି ଫରକ ପଡିବନି: ସଚିନ ପାଇଲଟଙ୍କ ଅନଶନ ପରେ ପ୍ରତିକ୍ରିୟା ରଖିଲେ ଗେହଲଟ

ଜୟପୁର,୧୨।୪: କଂଗ୍ରେସ ନେତା ସଚିନ ପାଇଲଟ ମଙ୍ଗଳବାର ଜୟପୁରର ଶହୀଦ ସ୍ମାରକରେ ନିଜ ସରକାରଙ୍କ ବିରୋଧରେ ଅନଶନରେ ବସିଥିଲେ। ଗତ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କ ସମୟରେ ହୋଇଥିବା ଭ୍ରଷ୍ଟାଚାର ଉପରେ ତଦନ୍ତ ଦାବି କରିଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଶୋାକ ଗେହଲଟ ସଚିନ ପାଇଲଟଙ୍କ ଅନଶନକୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କିଏ କଣ କରୁଛି, ଏଥିରେ କିଛି ଫରକ ପଡିବ ନାହିଁ।

ଜନ ବିରୋଧ ପରେ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ ବୁଧବାର ଦଳ ନେତୃତ୍ୱଙ୍କୁ ଭେଟିବାକୁ ଦିଲ୍ଲୀ ଯାଉଛନ୍ତି ବୋଲି ଜଣାଯାଇଛି। ତେବେ ପାଇଲଟଙ୍କ ବରିଷ୍ଠ ଦଳର ନେତାଙ୍କୁ ଭେଟିବାର ସମ୍ଭାବନା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

Share