ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌…

ଜୟପୁର,୨୯।୪: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏସମ୍ପର୍କରେ ସେ ନିଜ ଟୁଇଟର୍‌ ହ୍ୟାଣ୍ଡେଲରୁ ଟୁଇଟ୍‌ କରି ଜଣାଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜ ନିଜର ନମୁନା ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜକୁ ଆଇସୋଲେଶନରେ ରଖିଥିବା ସୂଚନା ଦେଇଛନ୍ତି। ଏବେ ସେ ସୁସ୍ଥ ଥିବା ଡାକ୍ତରଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରୁଥିବା କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ତାଙ୍କ ସ୍ତ୍ରୀଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା।

Share