Posted inଖେଳ

ରାଜସ୍ଥାନ ଅଧିନାୟକଙ୍କୁ ଜରିମାନା

ଅହମଦାବାଦ,୧୦ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ଏକ ସ୍ଲୋ ଓଭର ରେଟ୍‌ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍‌ସନଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଗୁଜରାଟ ୨୧୮ରନର ଟାର୍ଗେଟ ଧାର୍ଯ୍ୟ କରିଥିଲା। ରୟାଲ୍ସ ଦଳ ୧୯.୨ ଓଭରରେ ୧୫୯ ରନ କରି ଅଲଆଉଟ ହୋଇଯାଇଥିଲା। ଗୁଜରାଟ ଏହି ମ୍ୟାଚ ୫୮ରନରେ ଜିତି ନେଇଥିଲା। ମ୍ୟାଚରେ ଧାର୍ଯ୍ୟ ସମୟ ମଧ୍ୟରେ ଗୋଟିଏ ଓଭର ପଛରେ ରହିଯାଇଥିବାରୁ ରାଜସ୍ଥାନ ରୟାଲ୍ସ ଅଧିନାୟକଙ୍କୁ ଜରିମାନା କରାଯାଇଥିବା ଆଇପିଏଲ୍‌ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ଆଇପିଏଲ ଆଚରଣ ସଂହିତାର ଧାରା ୨.୨୨ ଅଧୀନରେ ରାଜସ୍ଥାନ ଦଳର ସିଜନରେ ଏହା ହେଉଛି ଦ୍ୱିତୀୟ ଅପରାଧ ଯେଉଁଥିରେ କି ସର୍ବନିମ୍ନ ଓଭରରେଟ୍‌ ଅପରାଧ ପାଇଁ ସାମସନଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ଇମ୍ପାକ୍ଟ ଖେଳାଳିଙ୍କ ସମେତ ଦଳର ଅନ୍ୟ ଖେଳାଳିମାନଙ୍କୁ ୬ଲକ୍ଷ ଟଙ୍କା କିମ୍ବା ସେମାନଙ୍କ ମ୍ୟାଚ ଫି’ର ୨୫ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ, ଯାହାର ପରିମାଣ କମ୍‌ ରହିବ। ଗୁଜରାଟ ଟାଇଟନ୍ସ ବର୍ତ୍ତମାନ ସୁଦ୍ଧା ଖେଳିସାରିଥିବା ୫ଟି ମ୍ୟାଚରେ ୪ ବିଜୟ ଓ ଗୋଟିଏ ପରାଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛି। ଅନ୍ୟପକ୍ଷରେ ରାଜସ୍ଥାନ ୫ଟି ଗେମ୍‌ରୁ ୨ ବିଜୟ ଓ ୩ ପରାଜୟ ସହ ଟେବୁଲର ୭ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପରୁ ପାକିସ୍ତାନ ଆଉଟ…, ପାକିସ୍ତାନର ମଜା ଉଡାଇଲା ଏହି ଦେଶ

ନୂଆଦିଲ୍ଲୀ,୩୦।୧: ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ ପାଇଁ ତାର ଦଳ ଘୋଷଣା କରିଛି, କିନ୍ତୁ ପିସିବି ଅଧ୍ୟକ୍ଷଙ୍କ ପୋଷ୍ଟ ପରେ ସେମାନଙ୍କ ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଜାରି…

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ, ୨୭ କୋଟିରୁ ଅଧିକ ଥିଲେ ଫୋଲର୍ସ

ନୂଆଦିଲ୍ଲୀ,୩୦।୧: ବିଶ୍ୱର ଷ୍ଟାର କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗୁରୁବାର ବିଳମ୍ବିତ ରାତିରେ ହଠାତ୍ ନିଷ୍କ୍ରିୟ ହୋଇଯାଇଛି ।…

WPL: ଫାଇନାଲରେ ପହଞ୍ଚିଲା ଆର୍‌ସିବି

ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ…

ବୟକଟ ଖେଳ ଶେଷ: ୨ରେ କଲମ୍ବୋରେ ପହଞ୍ଚିବ ପାକିସ୍ତାନ ଦଳ

ଲାହୋର,୨୯ା୧: ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପାକିସ୍ତାନ ଦଳ ଆସନ୍ତା ୨ ତାରିଖରେ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରିବ…

୧,୨,୩,୪,୫…ଲଗାତର ଶତକ ପରେ ଷଷ୍ଠ ଶତକ ପୂର୍ବରୁ ହେଲା ବଡ଼ ଓଲଟପାଲଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ନୂଆଦିଲ୍ଲୀ,୨୯।୧:ଟେଷ୍ଟ କ୍ରିକେଟ ପ୍ରାୟ ୧୫୦ ବର୍ଷ ଧରି ଖେଳାଯାଉଛି, କିନ୍ତୁ ଏହି ଫର୍ମାଟର ଇତିହାସରେ କେବଳ ଜଣେ ବ୍ୟାଟସମ୍ୟାନ ଲଗାତାର ପାଞ୍ଚଟି ଇନିଂସରେ ଶତକ ହାସଲ କରିବାର…

T20 World Cup 2026ର ଫାଇନାଲିଷ୍ଟଙ୍କୁ ନେଇ ହେଲା ବଡ଼ ଭବିଷ୍ୟବାଣୀ, ଜାଣନ୍ତୁ କିଏ କାହାକୁ ବାଛିଲେ

ନୂଆଦିଲ୍ଲୀ,୨୯।୧: ଭାରତ କିମ୍ବା ଶ୍ରୀଲଙ୍କା ଜିତିଲେ ପୁରୁଷ T20 ବିଶ୍ୱକପ (T20 ବିଶ୍ୱକପ 2026) ର ୧୦ମ ସଂସ୍କରଣ ଐତିହାସିକ ହୋଇପାରେ। ଆଜି ପର୍ଯ୍ୟନ୍ତ, ଆୟୋଜକ ଦେଶ…

ଏମିତି ମିଛ କହି ଧରାପଡ଼ିଗଲେ ସୂର୍ଯ୍ୟକୁମାର: ପ୍ରଶଂସକ କହିଲେ…

ବିଶାଖାପାଟଣା,୨୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଭାଇଜାଗରେ ଖେଳାଯାଇଥିଲା। ଏହି ମ୍ୟାଚ ପାଇଁ ଇଶାନ କିଷାନ ଭାରତୀୟ ପ୍ଲେଇଂ-୧୧ରୁ ବାଦ ପଡ଼ିଥିଲେ। ତାଙ୍କ…

T20 Wolrd Cup ପରେ କୋଚ ପଦରୁ ଗୌତମ ଗମ୍ଭୀରଙ୍କୁ ମିଳିବ ଛୁଟି? BCCI କଲା ସ୍ପଷ୍ଟ

ନୂଆଦିଲ୍ଲୀ,୨୯।୧: ଗୌତମ ଗମ୍ଭୀର ପ୍ରଶିକ୍ଷକ ହେବା ପରେ, ଭାରତୀୟ କ୍ରିକେଟ ଦଳ ଅଭୂତପୂର୍ବ ଅଭିଜ୍ଞତା ଅନୁଭବ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଦ୍ୱାରା ଘରୋଇ ଟେଷ୍ଟ ହ୍ବାଇଟଓ୍ବାଶ, ସର୍ବନିମ୍ନ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri