Posted inଖେଳ

ପଞ୍ଜାବକୁ ରୋକିଲା ରାଜସ୍ଥାନ

ଆବୁଧାବି, ୩୧।୧୦-
ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ କିଙ୍ଗ୍ସ ଇଲେଭେନ ପଞ୍ଜାବର କ୍ରମାଗତ ୬ ବିଜୟରେ ବ୍ରେକ୍‌ ଲଗାଇଛି ରାଜସ୍ଥାନ ରୟାଲ୍ସ। ଲଗାତାର ୫ ମ୍ୟାଚ ଜିତି ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ କରିଥିବା ପଞ୍ଜାବକୁ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ୭ ଉଇକେଟରେ ପରାସ୍ତ କରିଛି। କ୍ରିସ୍‌ ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ପଞ୍ଜାବ ୨୦ ଓଭରରେ ୪ ଉଇକେଟ ହରାଇ ୧୮୫ ରନ କରିଥିଲା। ଜବାବରେ ରାଜସ୍ଥାନ ୧୭.୩ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଚଳିତ ଆଇପିଏଲରେ ଦୁଇଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ୪ ଉଇକେଟରେ ବିଜୟୀ ହୋଇଥିଲା। ଏଠାରେ ବିଜୟୀ ହୋଇ ତାହାକୁ ଡବଲରେ ପରିଣତ କରିଛି ଷ୍ଟିଭ୍‌ ସ୍ମିଥଙ୍କ ଦଳ। ରାଜସ୍ଥାନ ୧୩ ମ୍ୟାଚରୁ ୬ଷ୍ଠ ବିଜୟ ସହ ୧୨ ପଏଣ୍ଟରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ପଞ୍ଜାବ ମଧ୍ୟ ୧୩ ମ୍ୟାଚରୁ ୧୨ ପଏଣ୍ଟରେ ସ୍ଥିର ରହିଛି।
ଟସ୍‌ ହାରି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ। ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ପ୍ରଥମ ଓଭରରେ ମନଦୀପ ସିଂଙ୍କୁ ଆଉଟ କରି ପଞ୍ଜାବ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ମାତ୍ର ଅଧିନାୟକ ଲୋକେଶ ରାହୁଲ ଓ ଚଳିତ ସିଜନରେ କିଙ୍ଗ୍ସ ଇଲେଭେନ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହୋଇଥିବା କ୍ରିସ୍‌ ଗେଲ୍‌ ପ୍ରତିପକ୍ଷ ବୋଲରଙ୍କୁ ଧୂଲେଇ କରି ଦ୍ୱିତୀୟ ଉଇକେଟରେ ୮୨ ବଲ୍‌ରୁ ଦ୍ରୁତ ୧୨୦ ରନର ଭାଗୀଦାରି ଗଢ଼ିବା ସହ ଦଳକୁ ବଡ଼ ସ୍କୋର ଦିଗରେ ଅଗ୍ରସର କରାଇଥିଲେ। ୪୧ଟି ବଲ୍‌ ଖେଳି ୩ ଚୌକା ଓ ୨ ଛକା ସହାୟତାରେ ୪୬ ରନ କରି ରାହୁଲ ମ୍ୟାଚର ୧୫ତମ ଓଭରରେ ଆଉଟ ହୋଇଥିଲେ। ରାଜସ୍ଥାନକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ବେନ୍‌ ଷ୍ଟୋକ୍ସ। ଗେଲ୍‌ଙ୍କ ସହ ନିକୋଲାସ ପୁରନ କ୍ରିଜ୍‌ରେ ଯୋଗଦେବାପରେ ରନହାର ବୃଦ୍ଧି ପାଇଥିଲା। ପୁରନ ୧୦ ବଲ୍‌ରୁ ୩ ଛକା ସହ ୨୨ ରନ କରି ଷ୍ଟୋକ୍ସଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଗେଲ୍‌ କିନ୍ତୁ ଖେଳିଥିଲେ ଦର୍ଶନୀୟ ଇନିଂସ। ସେ ମାତ୍ର ୧ ରନ ପାଇଁ ଶତକରୁ ବଞ୍ଚତ୍ତ ହୋଇଥିଲେ ହେଁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ। ୬୩ ବଲ୍‌ରୁ ୬ ଚୌକା ଓ ୮ ଛକା ସହାୟତାରେ ୯୯ ରନ କରିଥିବାବେଳେ ଏହି ଓ୍ବେଷ୍ଟଇଣ୍ଡିଜ ଖେଳାଳି ଆର୍ଚରଙ୍କ ଏକ ୟର୍କରରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ୪୧ ବର୍ଷୀୟ ଗେଲ୍‌ ଆଉଟ ହେବା ସହ ଭାବପ୍ରବଣ ହୋଇ ପଡ଼ିଥିଲେ। ସେ ଗ୍ରାଉଣ୍ଡକୁ ବାଡ଼େଇବାକୁ ଯାଉଥିବାବେଳେ ନିୟନ୍ତ୍ରଣ ହରାଇଥିଲେ ଏବଂ ବ୍ୟାଟ୍‌ ହାତରୁ ଖସି ମିଡ୍‌ଉଇକେଟ ଆଡ଼କୁ ଚାଲି ଯାଇଥିଲା। ସେ ବ୍ୟାଟ୍‌ପ୍ରତି ଧ୍ୟାନ ନ ଦେଇ ସୁନ୍ଦର ବୋଲିଂ କରିଥିବାରୁ ପ୍ରଥମେ ଆର୍ଚରଙ୍କ ସହ ହାତ ମିଳାଇଥିଲେ। ଏହାପରେ ବ୍ୟାଟ୍‌ ଆଣି ତା’ ହ୍ୟାଣ୍ଡେଲ ଉପରେ ହେଲ୍‌ମେଟ୍‌ ଥୋଇ ପ୍ୟାଭିଲିୟନ ଫେରିଥିଲେ। ଆଇପିଏଲ ଇତିହାସରେ ସେ ଏକମାତ୍ର ଖେଳାଳିଭାବେ ୨ ଥର ୯୯ ରନରେ ଆଉଟ ହୋଇଥିଲେ। କେବଳ ସେତିକି ନୁହେଁ ଟି୨୦ କ୍ରିକେଟରେ ସେ ପ୍ରଥମ ଖେଳାଳିଭାବେ ୧୦୦୦ ଛକା ପୂରଣ କରିବାର ରେକର୍ଡ କରିଥିଲେ। ଗେଲ୍‌ଙ୍କ ଦୃଢ଼ ବ୍ୟାଟିଂ ବଳରେ ପଞ୍ଜାବ ୨୦ ଓଭରରେ ୪ ଉଇକେଟ ହରାଇ ୧୮୫ ରନ କରିଥିଲା। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ଓ ବେନ୍‌ ଷ୍ଟୋକ୍ସ ୨ଟି ଲେଖାଏ ଉଇକେଟ ନେଇଥିଲେ।
୧୮୬ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ଦୁଇ ଓପନର ବେନ୍‌ ଷ୍ଟୋକ୍ସ ଓ ରବିନ ଉଥପ୍ପାଙ୍କ ଜରିଆରେ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲା। ୩୩ ବଲ୍‌ରୁ ୬୦ ରନର ପାର୍ଟନରଶିପ୍‌ ପରେ ଯୋଡ଼ି ଭାଙ୍ଗିଥିଲା। ଷ୍ଟୋକ୍ସ ୨୬ ବଲ୍‌ରୁ ୬ ଚୌକା ଓ ୩ ଛକା ସହ ୫୦ରନ କରି କ୍ରିସ୍‌ ଜୋର୍ଡାନଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଉଥପ୍ପାଙ୍କ ସହ ସଞ୍ଜୁ ସାମ୍‌ସନ ଯୋଗଦେଇ ଦଳକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ। ଦ୍ୱିତୀୟ ଉଇକେଟରେ ୫୧ ରନର ଭାଗୀଦାରିପରେ ଉଥପ୍ପା ୩୦(୨୩ ବଲ, ୧ ଚୌକା, ୨ ଛକା) ରନକରି ପ୍ୟାଭିଲିୟନ ଫେରିଥିଲେ। ସ୍ବାଭାବିକ ଢଙ୍ଗରେ ବ୍ୟାଟିଂ କରିଥିବା ସାମ୍‌ସନ ଅର୍ଦ୍ଧଶତକଠାରୁ ୨ ରନ ଦୂରରେ ଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନଆଉଟ ହୋଇ ଯାଇଥିଲେ। ୨୫ଟି ବଲ୍‌ର ସମ୍ମୁଖୀନ ହୋଇଥିବା ସାମ୍‌ସନ ୪ ଚୌକା ଓ ୩ ଛକା ସହାୟତାରେ ୪୮ ରନ ସ୍କୋର କରିଥିଲେ। ସେତେବେଳକୁ ୧୪.୨ ଓଭରରେ ସ୍କୋର ୧୪୫ରେ ପହଞ୍ଚତ୍ ଯାଇଥିଲା। ଶେଷଭାଗରେ ସ୍ମିଥ ଓ ଜୋସ୍‌ ବଟଲର ଧୂଆଁଧାର ବ୍ୟାଟିଂ କରି ଅସମାପ୍ତ ୪ର୍ଥ ଉଇକେଟରେ ୪୧ ରନ ଯୋଗ କରିବା ସହ ୧୫ ବଲ୍‌ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ। ସ୍ମିଥ ୨୦ ବଲ୍‌ରୁ ୩୧(୫ ଚୌକା) ଓ ବଟଲର ୧୧ ବଲ୍‌ରୁ ୨୨(୧ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ କେବଳ ମୁରୁଗାନ ଅଶ୍ୱିନ, କ୍ରିସ୍‌ ଜୋର୍ଡାନ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୮୫/୪ (ଗେଲ୍‌-୯୯, ରାହୁଲ-୪୬, ପୁରନ-୨୨, ଆର୍ଚର-୨/୨୬, ଷ୍ଟୋକ୍ସ-୩୨)। ରାଜସ୍ଥାନ ରୟାଲ୍ସ ୧୭.୩ ଓଭରରେ ୧୮୬/୩ (ଷ୍ଟୋକ୍ସ-୫୦, ସାମ୍‌ସନ-୪୮, ସ୍ମିଥ-୩୧*, ଉଥପ୍ପା-୩୦, ବଟଲର-୨୨*, ମୁରୁଗାନ-୧/୪୩, ଜୋର୍ଡାନ-୧/୪୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, କାହାକୁ ମିଳିବ ଫାଇନାଲ ଟିକେଟ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨।୩: ଟି୨୦ ବିଶ୍ୱକପ ୨୦୨୬ ଏବେ ନକଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ…

T20 ବିଶ୍ୱକପ ମଧ୍ୟରେ ବଡ଼ ସଙ୍କଟ, ଇସ୍ରାଏଲ-ଇରାନ ଯୁଦ୍ଧ ପାଇଁ ଫସିଗଲେ ଏହି ଟିମର ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପ ସମୟରେ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବେ କ୍ରିକେଟ ଟିମ୍‌ଗୁଡ଼ିକର ଯାତ୍ରାକୁ ପ୍ରଭାବିତ କରୁଛି। ଦୁବାଇ ବିମାନବନ୍ଦର ଯୁଦ୍ଧ ଦ୍ୱାରା ପ୍ରଭାବିତ…

VIDEO: ଯାହାଙ୍କୁ ପ୍ଲେଇଂ XI ରୁ ବାଦ୍‌ ଦିଆଯାଇଥିଲା, ତାଙ୍କରି ସାମ୍ନାରେ ମୁଣ୍ଡ ନୁଆଁଇଲେ ସୂର୍ଯ୍ୟକୁମାର, ଖୋଲିଲେ କ୍ୟାପ

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଦଳ ଗର୍ବର ସହିତ ICC T20 ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଶେଷ ଚାରିଟିରେ ଦଳର ସଫଳତା ଜଣେ ଖେଳାଳିଙ୍କ ପାଇଁ, ଯାହାକୁ…

ସେମିଫାଇନାଲକୁ ନେଇ ପାକିସ୍ତାନ କହିଥିଲା ଏମିତି କଥା, ଏବେ କଡ଼ା ଜବାବ ଦେଲା ଇଣ୍ଡିଆ

ନୂଆଦିଲ୍ଲୀ,୨।୩: ICC T20 ବିଶ୍ୱକପ ୨୦୨୬ର ଶେଷ ସୁପର ୮ମ୍ୟାଚରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ହାଇ-ଭୋଲଟେଜ ପ୍ରତିଯୋଗିତା ଦେଖାଯାଇଥିଲା। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା…

ଟିମ ଇଣ୍ଡିଆ ସହ ଏହି ୪ ଟିମ୍‌ଙ୍କ ସେମିଫାଇନାଲ ସ୍ଥାନ ପକ୍କା, ଜାଣନ୍ତୁ ମ୍ୟାଚର ସମ୍ପୂର୍ଣ୍ଣ ସିଡ୍ୟୁଲ

ନୂଆଦିଲ୍ଲୀ,୨।୩: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ର ଅନ୍ତିମ ସୁପର ୮ ମ୍ୟାଚରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ଧୋନୀଙ୍କୁ ବଡ଼ ଝଟ୍‌କା: ମିଳିଲା ନୋଟିସ୍‌, ୧୫ ଦିନ ମଧ୍ୟରେ…

ରାଞ୍ଚି,୨।୩: ଝାଡ଼ଖଣ୍ଡ ରାଜ୍ୟ ଗୃହ ବୋର୍ଡ ରାଞ୍ଚିର ହାର୍ମୁ ଅଞ୍ଚଳରେ ତାଙ୍କ ବାସସ୍ଥାନ ପାଇଁ ଆବଣ୍ଟିତ ଜମିର ବାଣିଜି୍ୟକ ବ୍ୟବହାର ସମ୍ପର୍କରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର…

ସେମିଫାଇନାଲ୍‌ରେ ପହଞ୍ଚିବା ପରେ ବଡ଼ ବୟାନ୍‌ ଦେଲେ ସୂର୍ଯ୍ୟକୁମାର: କହୁ କହୁ କହିଦେଲେ…

କୋଲକାତା,୨।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଇଡେନ ଗାର୍ଡେନ୍ସରେ ରବିବାର ଅନୁଷ୍ଠିତ ସୁପର-୮ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri