Categories: ଜାତୀୟ

‘ସଚିନଙ୍କ ପାଇଁ ଭାଜପା ଦ୍ୱାରା ଖୋଲା’

ଜୟପୁର,୨୬।୯: ରାଜସ୍ଥାନରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ୟୁନିଟ ସଭାପତି ସତୀଶ ପୁନିଆ କଂଗ୍ରେସର କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପୁନିଆ କହିଛନ୍ତି , ସଚିନ ପାଇଲଟଙ୍କ ପାଇଁ ଭାଜପାର ଦ୍ୱାର ବନ୍ଦ ନୁହେଁ। ଯଦି ଏପରି କିଛି ପରିସ୍ଥିତି ଉପୁଜେ ତେବେ ଦଳର ହାଇକମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ।
ଏହାପୂର୍ବରୁ ପୁନିଆ ଟୁଇଟ କରି କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ କହିଥଲେ- ଫଳାଫଳ ଆସିବା ଆରମ୍ଭ ହୋଇଛି,ଜୟ ଭାଜପା, ୨୦୨୩।
ସୂଚନାଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ମଧ୍ୟ ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ତାଙ୍କ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି। ରବିବାର ସାରେ ଡକାଯାଇଥିବା ବିଧାନସଭା ପାର୍ଟି ବୈଠକ ମଧ୍ୟ ହୋଇ ନ ଥିଲା ଏବଂ ଦଳର ବିଧାୟକମାନେ ସେମାନଙ୍କ ଇସ୍ତଫା ଘୋଷଣା କରିଥିଲେ। ବିଧାୟକମାନେ ଏଆଇସିସିର ପର୍ଯ୍ୟବେକ୍ଷକଙ୍କୁ ଭେଟି ନ ଥିଲେ। ଏଆଇସିସିର ସାଧାରଣ ସମ୍ପାଦକ ଅଜୟ ମାକେନଙ୍କ ଅନୁଯାୟୀ, ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ ନୁହେଁ ଏବଂ ୧୯ ଅକ୍ଟୋବର ପରେ ମୁଖ୍ୟମନ୍ତ୍ରୀ ପଦ ଉପରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ବିଧାୟକମାନେ କହିଛନ୍ତି।

Share