ଢେଙ୍କାନାଳ ଅଫିସ୍, ୨୨।୧୨: ରାଉରକେଲାର ସାମାଜିକ ଅନୁଷ୍ଠାନ ‘ସାଇନିଂ ରକର୍ସ’ର ୫ମ ବାର୍ଷିକ ଉତ୍ସବ ତଥା ‘ଓଡ଼ିଶା ସାଇନିଂ ଆଇକନ ସିଜିନ-୫’ର ସର୍ବକନିଷ୍ଠ ବର୍ଗରେ ଢେଙ୍କାନାଳର ରାଜଶ୍ରୀ ସିଂ ମିସ୍ ଓଡ଼ିଶା ଟାଇଟଲ ହାସଲ କରିଛନ୍ତି। ସେକ୍ଟର-୫ ଭଞ୍ଜ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ପ୍ରତିଯୋଗୀ ଭାଗ ନେଇଥିବାବେଳେ ୪୦ ପ୍ରତିଯୋଗୀ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ। ବିଚାରକ ଭାବେ ଏଲିନା କର, ସୋନି ପିଲାଇ, ରାକ୍ଷୀ ମଣ୍ଡଳ, ସାଧନା ସାମଲ, ଆଶିଷ ବେହେରା, ଡି. ପୂଜା, ଅମ୍ଳାନ ମହାନ୍ତି ପ୍ରମୁଖ ଯୋଗଦେଇ ମୂଲ୍ୟାୟନ କରିଥିଲେ। ଅନୁଷ୍ଠାନ ସଭାପତି ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତା ଏବଂ ଅନୁଷ୍ଠାନର ମୁଖ୍ୟ ଲିନା ବିଶ୍ୱାଳଙ୍କ ଆବାହକତ୍ୱରେ ଅତିଥି ଭାବେ ସାମାଜିକ କର୍ମୀ କମଲ ଅଗ୍ରୱାଲ, ଅନିତା ଅଗ୍ରଓ୍ବାଲ, ପ୍ରଦୀପ୍ତ ଦାସ, ପଦ୍ମିନୀ ପାଣିଗ୍ରାହୀ, ଜାହାଙ୍ଗୀର ହକ୍, ଅନୁପ ମୋଦି, ଗୁରିନ୍ଦର ସିଂ, ପିଙ୍କୁ ଜୟସ୍ବାଲ, ଗଗନ ପଣ୍ଡା, ସନ୍ଥମା ପିଲାଇ ପ୍ରମୁଖ ଯୋଗଦେଇ ରାଜଶ୍ରୀଙ୍କୁ ପୁରସ୍କୃତ କରିଥିଲେ। ଶୁଭଜିତ ପଣ୍ଡା, ଦେବଲିନା ରାୟ, ବର୍ଣ୍ଣାଳୀ ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସୂଚନାଯୋଗ୍ୟ, ରାଜଶ୍ରୀ ହେଉଛନ୍ତି ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ନାତୁଣୀ ତଥା ରଞ୍ଜନ ସିଂ ଏବଂ ସୁସ୍ମିତା ସିଂଙ୍କ ସାନଝିଅ।
Posted inଆମ ଜିଲା ଖବର, ଢେଙ୍କାନାଳ View All
ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…
ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…
ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ
ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…
ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି
ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…
ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…
ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା
ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…
ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…
ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି
ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…
ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍ କରି ପରିବାର ଲୋକଙ୍କୁ ଜଣାଇବାରୁ…
ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

