ଆତ୍ମନିର୍ଭର ଭାରତକୁ ନେଇ ପ୍ରଶ୍ନ ଉଠାଇଲେ ରାଜନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ପ୍ରଶ୍ନ ଉଠାଇଛନ୍ତି। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଆମଦାନୀ ଉପରେ ଯେଉଁ କଟକଣା ଲାଗୁଛି ତାକୁ ନେଇ ରାଜନ ସରକାରଙ୍କୁ ସତର୍କ କରାଇଛନ୍ତି। ଭାରତ ପୂର୍ବରୁ ଏଭଳି ପନ୍ଥା ଆପଣାଇଥିବା ବେଳେ ସଫଳ ହୋଇନାହିଁ ବୋଲି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏହି ମତ ରଖିଛନ୍ତି।
ଟାରିଫ ବଢାଇ ଆମଦାନୀକୁ କମ୍‌ କରିବାକୁ ଯଦି ଆତ୍ମନିର୍ଭର ଭାରତ କୁହାଯାଏ କିମ୍ବା ଏହା ଉପରେ ଯଦି ଫୋକସ କରାଯାଉଥାଏ ତାହା ଠିକ୍‌ ନୁହେଁ। ଗତ କିଛି ବର୍ଷ ପୂର୍ବରୁ ଏଭଳି ପଦକ୍ଷେପ ଭାରତ ନେଇଛି। ଏପରି କାମ ଭାରତ ପୂର୍ବରୁ କରିଥିବା ବେଳେ ପୁଣି ଥରେ ସମାନ କାମ କରିବା ଭଳି ହେଉଛି; ଯାହା ସଫଳ ହୋଇନାହିଁ। ଏଣୁ ଏ ଦିଗରେ ଧ୍ୟାନ କେନ୍ଦ୍ରିତ କରା ନ ଯାଉ ବୋଲି ରାଜନ ସତର୍କ କରାଇଛନ୍ତି।
ରପ୍ତାନି ଉପରେ ମତ ରଖି ସେ କହିଛନ୍ତି ଯେ, ବିଦେଶରୁ ସାମଗ୍ରୀ ଆମଦାନୀ କରି ସାମଗ୍ରୀ ପ୍ରସ୍ତୁତ କରିବା ସହ ଏଗୁଡିକ କିଭଳି ସୁଲଭ ହେବ ତାକୁ ଧ୍ୟାନଦେବାକୁ ହେବ। ଏହା ହେଲେ ପ୍ରଡକ୍ଟ ପ୍ରତିଦ୍ୱଦ୍ୱୀ ହୋଇପାରିବ। ସାମଗ୍ରୀ ଆସେମ୍ବଲ ଦ୍ୱାରା ଚାଇନା ରପ୍ତାନିରେ ଏକ ସୁପରପାଓ୍ବାର ହୋଇପାରିଛି। ଚାଇନା ନିଜ ଦେଶର ଶିଳ୍ପର ସ୍ବାର୍ଥ ଲାଗି ଆମଦାନୀ ଉପରେ କଟକଣା ଲଗାଇନାହିଁ। ବିଦେଶ ସାମଗ୍ରୀ ଆମଦାନୀ ଏବଂ ନିଜ ଦେଶର ସାମଗ୍ରୀ ଉଭୟକୁ ବ୍ୟବହାର କରି ଚାଇନା ଭଲ ସ୍ଥିତି ସୃଷ୍ଟି କରିପାରିଛି। ରପ୍ତାନି କରିବାକୁ ହେଲେ ଭାରତକୁ ଆମଦାନୀ କରିବାକୁ ହେବ। ଆମଦାନୀରେ ଅତ୍ୟଧିକ ଟିକସ ଲଗାଇ ଭାରତରେ ଉତ୍ପାଦକୁ ଏକ ଭଲ ସ୍ଥିତିରେ ପହଞ୍ଚାଇବାକୁ ଫୋକସ୍‌ ନ କରାଯାଉ । ସରକାର ଦେଶରୁ ରପ୍ତାନି ବଢାଇବା ଲାଗି ଦୀର୍ଘ ମିଆଦୀ ପୁଞ୍ଜି ବିନିଯୋଗ କରିବା ସହ ସବୁ କିଛିକୁ ଧ୍ୟାନରେ ରଖିବା ଆବଶ୍ୟକତା ରହିଛି ବୋଲି ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri