ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ

ନୂଆଦିଲ୍ଲୀ: ରେଲଓ୍ବେ ଏହାର ୧୧.୫୮ ଲକ୍ଷ ଅଣ ଗେଜେଟେଡ କର୍ମଚାରୀଙ୍କୁ ବୋନସ ପ୍ରଦାନ କରିବ। ରେଲଓ୍ବେ କର୍ମଚାରୀମାନେ ୭୮ ଦିନର ବୋନସ ପାଇବେ ବୋଲି ଜଣାପଡିଛି। କର୍ମଚାରୀଙ୍କୁ ଉତ୍ପାଦକତା ସଂଯୋଗୀ ବୋନସ(ପିଏଲ୍‌ବି) ଭାବେ ରେଲଓ୍ବେ ୨୦୮୧.୬୮ କୋଟି ଟଙ୍କା ଖର୍ଚ୍ଚ କରିବ। ବୁଧବାର କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଅଣଗେଜେଟେଡ କର୍ମଚାରୀଙ୍କୁ ବୋନସ ପ୍ରଦାନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହି କର୍ମଚାରୀଙ୍କ ମଧ୍ୟରେ ଆର୍‌ପିଏଫ୍‌ ଏବଂ ଆର୍‌ପିଏସ୍‌ଏଫ୍‌ କର୍ମଚାରୀଙ୍କୁ ସାମିଲ କରାଯାଇନାହିଁ। ପାର୍ବଣ ଅବସରରେ ପ୍ରତିବର୍ଷ କର୍ମଚାରୀଙ୍କୁ ରେଲଓ୍ବେ ଏଭଳି ବୋନସ ଦେଇଥାଏ। ପାର୍ବଣ ଛୁଟି ପୂର୍ବରୁ ଏହି ନିଷ୍ପତ୍ତିକୁ ଲାଗୁ କରାଯିବାର ଯୋଜନା ରହିଛି। କର୍ମଚାରୀଙ୍କୁ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ ଦ୍ୱାରା ଖର୍ଚ୍ଚ ବଢାଇ ବଜାରରେ ଚାହିଦା ଫେରାଇ ଆଣିବା ଉପରେ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ଜଣାପଡିଛି। ଏହାକୁ ନେଇ ନିକଟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ବିଭିନ୍ନ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri