ରିଲିଜ୍‌ର ୨୦ ସପ୍ତାହ ପରେ ବି କମିନି ଆରଆରଆର’ର କ୍ରେଜ୍‌: ଏହି ଦେଶରେ ଆୟ କଲା ୮୦ କୋଟି

ମୁମ୍ବାଇ: ଭାରତକୁ ଓସ୍କାର ଆଓ୍ବାର୍ଡ ଦେଇଥିବା ଫିଲ୍ମ ‘ଆରଆରଆର’ ଦିନକୁ ଦିନ ନିଜ ନାମରେ ନୂଆ ନୂଆ ରେକର୍ଡ କରୁଛି। ୯୫ତମ ଏକାଡେମୀ ଆଓ୍ବାଡର୍‌ସରେ ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ‘ଆରଆରଆର’ ର ‘ନାଟୁ ନାଟୁ’ ଗୀତକୁ ଅରିଜିନାଲ ସଙ୍ଗ୍‌ ବର୍ଗରେ ଓସ୍କାର ପୁରସ୍କାର ମିଳିଛି। ଏହି ପୁରସ୍କାର ପରେ ଏବେ ଫିଲ୍ମ ପୁଣି ଥରେ ବକ୍ସ ଅଫିସରେ ରୋଜଗାର କ୍ଷେତ୍ରରେ ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଫିଲ୍ମ ‘ଆରଆରଆର’ ଜାପାନର ୨୦୦ରୁ ଅଧିକ ପରଦାରେ ରିଲିଜ୍‌ କରିଥିଲା। ଯେଉଁଠାରେ ଏହି ଫିଲ୍ମ ୮୦କୋଟିରୁ ଅଧିକ ବ୍ୟବସାୟ କରିଥିବା ଜଣାପଡ଼ିଛି। ଏହି ଫିଲ୍ମ ଅକ୍ଟୋବର ୨୧ରେ ଜାପାନର ସିନେମା ହଲ୍‌ରେ ରିଲିଜ୍‌ ହୋଇଥିବା ବେଳେ ସେହି ଦିନଠାରୁ ଏହି କ୍ରମାଗତ ଭାବେ ରୋଜଗାର କରିଆସୁଛି। ଏହାକୁ ଜାପାନର ୪୪ଟି ସହରରେ ରିଲିଜ୍‌ କରାଯାଇଥିଲା। ରାଜାମୌଲିଙ୍କ ଏହି ଫିଲ୍ମ ସାରା ବିଶ୍ୱରେ ଭଲ ଆୟ କରିଛି। ଜାପାନର ଆୟ ପରେ ଫିଲ୍ମ ପୁଣି ଥରେ ଚର୍ଚ୍ଚାରେ ରହିଛି। ପୂର୍ବରୁ କୌଣସି ଭାରତୀୟ ଫିଲ୍ମକୁ ଜାପାନର ଦର୍ଶକଙ୍କଠାରୁ ଏତେ ଭଲ ପାଇବା ମିଳି ନ ଥିଲା। ଜାପାନରେ ଫିଲ୍ମକୁ ମିଳିଥିବା ଭଲ ରେସ୍‌ପନ୍ସ ମିଳିବା ପରେ ଶୁକ୍ରବାର ସୋସିଆଲ ମିଡିଆରେ ଏହାର ନାମ ଟ୍ରେଣ୍ଡ ହେଉଛି।

Share