ରାଜାବନ୍ଧ ଉନ୍ନତୀକରଣ କାର୍ଯ୍ୟ ନିମ୍ନମାନର

ବାରିପଦା ଅଫିସ,୨୫।୪:ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ୍‌ ପୋଖରିଆ ପଞ୍ଚାୟତ ରାଜାବନ୍ଧର ପୁନରୁଦ୍ଧାର ଏବଂ ଉନ୍ନତୀକରଣ କାର୍ଯ୍ୟ ନିମ୍ନମାନର କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଗ୍ରାମର ନାରଣ ମୁର୍ମୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୫ବର୍ଷ ଧରି ଚାଲିଥିବା ବନ୍ଧ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ସହ ବିଲ୍‌ ରଦ୍ଦ କରିବାକୁ ଦାବି କରିଛନ୍ତି। ଏହା ସହିତ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ ତଥା ଅନିୟମିତତା ସମ୍ପର୍କରେ ସିବିଆଇ ଯାଞ୍ଚ କରିବାକୁ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ୨୦ବର୍ଷରୁ ଊର୍ଦ୍ଧ୍ୱ ବନ୍ଧ ଚାରିପାଖରେ ୪ଗୋଟି ୱାର୍ଡର ୮ଟି ଗ୍ରାମ ରହିଛି। ଏହି ଗ୍ରାମର ଲୋକ ଓ ଗୃହପାଳିତ ପ୍ରାଣୀ ବନ୍ଧ ଉପରେ ନିର୍ଭର କରୁଥିବାରୁ ବନ୍ଧଟି ପୋତି ହେବାକୁ ବସିଥିଲା। ଏହାର ପଙ୍କ ଉଦ୍ଧାର ଓ ଉନ୍ନତୀକରଣ ନିମନ୍ତେ ବାରମ୍ବାର ଦାବି ପରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୫ ବର୍ଷ ହେଲା ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହେଉଥିଲା। ସ୍ବଚ୍ଛତା ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ୫୪ ଲକ୍ଷ ୩ ହଜାର ୩୭୯ ଟଙ୍କା ଅଟକଳକୁ ନେଇ ବ୍ୟୟ ବରାଦ ହୋଇଥିବା ବେଳେ ପରିବର୍ତ୍ତନ କାର୍ଯ୍ୟଧାରାକୁ ନେଇ ଗ୍ରାମବାସୀ ଚନ୍ଦ୍ର ମୋହନ ମୁର୍ମୁ, କୁଶ ମୁର୍ମୁ ପ୍ରମୁଖ ଅଭିଯୋଗ ଉଠାଇଛନ୍ତି। ପ୍ରତିବର୍ଷ ଅନୁଦାନ ଆସୁଥିବା ଅର୍ଥରାଶିରେ ବନ୍ଧର ଦୁଇ ପାର୍ଶ୍ୱ ଆଡ଼ିକୁ ସଫା କରି ମାଟିକୁ କାଟି ସମତଳ କରିବା ଏବଂ ବନ୍ଧର ପାଣି ଶୁଖାଇବା କାର୍ଯ୍ୟ କରାଯାଉଛି। ପଙ୍କ ଉଦ୍ଧାର କାର୍ଯ୍ୟ କରାଯାଉ ନ ଥିବାରୁ ବନ୍ଧର ପାଣି ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ବୋଲି ଗ୍ରାମର ନିମାଇଁ ଚରଣ ମାଣ୍ଡି, ଲକ୍ଷ୍ମଣ ମୁର୍ମୁ ସଙ୍ଗରାୟ ହେମ୍ବ୍ରମ କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ପାଇଁ ସରକାରଙ୍କ ଜନହିତକର ଯୋଜନା ବାଟମାରଣା ହେଉଛି। ଏ ନେଇ ଯନ୍ତ୍ରୀ ତପନ କୁମାର ଘୋଷ କହନ୍ତି, ପ୍ରଥମ ଥର ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ବନ୍ଧର ପୁନରୁଦ୍ଧାର ପାଇଁ କାର୍ଯ୍ୟ ହାତକୁ ନିଆଯାଇଥିଲା। ଏଥିରେ କେନାଲ ମରାମତି ସହିତ ବନ୍ଧର ପଙ୍କ ଉଦ୍ଧାର ଓ ଆଡିର ମରାମତି କାର୍ଯ୍ୟ କରାଯାଉଛି। ଏହି ସମୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ବ୍ଳକ୍‌ ପକ୍ଷରୁ ସମ୍ପୃକ୍ତ ସ୍ଥାନରେ କାର୍ଯ୍ୟ ଆରମ୍ଭ ହେବାରୁ ନିର୍ବାହୀଯନ୍ତ୍ରୀ ଜିଲାପାଳଙ୍କୁ ଜଣାଇବା ପରେ ଉକ୍ତ କାର୍ଯ୍ୟ ବନ୍ଦ କରାଯାଇଛି। ଏଥିରେ ଅସହିଷ୍ଣୁତା ଭାବ ଆଣି ଏପରି ଅଭିଯୋଗ କରାଯାଇଛି। ଘଟଣାର ତଦନ୍ତକୁ ମୁଁ ସ୍ବାଗତ କରୁଛି। ତଦନ୍ତ ପରେ ସମସ୍ତ ଘଟଣା ଜଣାପଡ଼ିବ। ତେବେ ୧୫ଦିନ ମଧ୍ୟରେ ଉଚ୍ଚସ୍ତରୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri