EOW ଅଫିସରେ ରାଜା ଚକ୍ର, କହିଲେ ନ୍ୟାୟପାଳିକା ଉପରେ…

ଭୁବନେଶ୍ୱର,୧୩ା୩: ୧୮୫ କୋଟି ଟଙ୍କାର ବଡ଼ ଘୋଟାଲାରେ ବିଜେଡି ନେତା ରାଜା ଚକ୍ର ଗିରଫ ହେବା ପରେ ଗୁରୁବାର ଇଓଡବ୍ଲ୍ୟୁରେ ହାଜର ହୋଇଛନ୍ତି। କୋର୍ଟ ଚାଲାଣ ପୂର୍ବରୁ ରାଜାଙ୍କୁ ଇଓଡବ୍ଲ୍ୟୁ କାର୍ଯ୍ୟାଳୟକୁ ଅଣାଯାଇଛି। ରାଜା କହିଛନ୍ତି, ନ୍ୟାୟପାଳିକା ଉପରେ ତାଙ୍କର ଭରସା ଅଛି। ତେବେ ରାଜାଙ୍କୁ ରିମାଣ୍ଡରେ ଅଣାଯାଇପାରେ ବୋଲି ଇଓଡବ୍ଲ୍ୟୁ ଏସ୍‌ପି କହିଛନ୍ତି।

କେନ୍ଦୁଝର ଜିଲା ଗନ୍ଧମାର୍ଦ୍ଦନ ଖଣି ଅର୍ଥ ହେରଫେର ମାମଲାରେ ଜଡ଼ିତ ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ର ଓ ତାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା। ହାଇକୋର୍ଟର ବିଚାରପତି ଭି. ନରସିଂହ ମାମଲାର ଶୁଣାଣି କରି ସେମାନଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଥିଲେ। ଫଳରେ ରାଜା ଚକ୍ରଙ୍କ ସହଯୋଗୀମାନେ ହେଲେ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲ ଓ ସୁଶାନ୍ତ ସାମଲ।

ସୂଚନାଯୋଗ୍ୟ , କେନ୍ଦୁଝର ଜିଲା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଓ ଟ୍ରାନ୍ସପୋର୍ଟିଂ କୋଅପରେଟିଭ୍‌ ସୋସାଇଟିର ଆର୍ଥିକ ଅନିୟମିତତା ମାମଲାରେ ଜଡିତ ରାଜା ଚକ୍ର ଓ ତାଙ୍କର ୪ ସହଯୋଗୀ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ୩ଟି ପୃଥକ ଆବେଦନ କରିଥିଲେ। ବିଜେଡି ନେତା ରାଜା ଚକ୍ରଙ୍କ ବିରୋଧରେ ୩୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର କରିଥିବା ନେଇ ଅଭିଯୋଗ ରହିଛି। ନିକଟରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁୃ୍ୟ) ପକ୍ଷରୁ ତାଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ଇଓଡବ୍ଲ୍ୟୁ ଗନ୍ଧମାର୍ଦ୍ଦନ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ, ସମ୍ପାଦକ ଉତ୍କଳ ଦାସ ପ୍ରମୁଖଙ୍କୁ ଗତ ଫେବୃଆରୀ ୭ ତାରିଖରେ ଗିରଫ କରିଥିଲା। ଉକ୍ତ ସଂସ୍ଥା ୨୦୦୬ ମସିହାରେ ଆଇରନ୍‌ ଓର୍‌ ଲୋଡିଂ କରିବା ନିମନ୍ତେ ରେଜିଷ୍ଟ୍ରେଶନ୍‌ କରିଥିଲା। ୨୦୧୭ ରୁ ୨୦୨୪ ମଧ୍ୟରେ ଏମାନଙ୍କ ବିରୋଧରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର କରିଥିବାର ଅଭିଯୋଗ ହୋଇଥିଲା। ଅଭିଯୁକ୍ତମାନେ ଶ୍ରମିକ ଖର୍ଚ୍ଚ, ଇପିଏଫ୍‌ ଟଙ୍କା, ପାରିପାର୍ଶ୍ୱିକ ବିକାଶ, ଖଣି ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା, ଭିତ୍ତିଭୂମିର ବିକାଶ କରିବା ଆଳରେ କୋଟି କୋଟି ଟଙ୍କା ହଡ଼ପ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ହାଇକୋର୍ଟ ମଙ୍ଗଳବାର ମାମଲାର ଶୁଣାଣି କରି ରାଜା ଚକ୍ର ଓ ଅନ୍ୟମାନଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri