Posted inଜାତୀୟ

ସୁପ୍ରିୟା ସୁଲେ କେନ୍ଦ୍ରମନ୍ତ୍ରୀ ହେଲେ ମୁଁ ଆଶ୍ଚର୍ଯ୍ୟ ହେବିନି: ରାଜ ଠାକରେ

ମୁମ୍ବାଇ,୩।୭: ମହାରାଷ୍ଟ୍ରରେ ଅଜିତ ପାଓ୍ବାରଙ୍କ ଗୋଟିଏ ନିଷ୍ପତ୍ତି ରାଜନୀତିର ବାତାବରଣକୁ ଉଷ୍ମ କରିଦେଇଛି। ଅଜିତ ପାଓ୍ବାର ଉପ ମୁଖ୍ୟମନ୍ତ୍ରୀ ହେବା ପରେ ଶରଦ ପାଓ୍ବାରଙ୍କ ଗ୍ରୁପ ପକ୍ଷରୁ ଆକ୍ରମଣ ବଢି ଯାଇଛି। ଏପଟେ ରାଜ୍ୟର ଆଉ ଏକ ଦଳ ମନସେର ମୁଖ୍ୟ ରାଜ ଠାକରେ ଏହି ସମ୍ପୂର୍ଣ୍ଣ ଘଟଣାକୁ ଡ୍ରାମା ବୋଲି କହିଛନ୍ତି।ରାଜ ଠାକରେ କହିଛନ୍ତି ଏନସିପିର ବଡ ନେତା ଦଳ ଛାଡି ଯାଉଛନ୍ତି ଆଉ ଏ କଥା ଶରଦ ପାଓ୍ବାରଙ୍କୁ ଜଣାନାହିଁ , ଏମିତି କେମିତି ହୋଇପାରିବ।
ମନସେ ମୁଖ୍ୟ ମୁମ୍ବାଇରେ ଥିବା ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗୋଟିଏ କଥା ବୁଝିବା ଯୋଗ୍ୟ ଯେ ଯଦିଓ ଶରଦ ପାୱାର କହିଛନ୍ତି ଯେ ଏହି ଘଟଣାରେ ତାଙ୍କର କୌଣସି ସମ୍ପର୍କ ନାହିଁ। ଦିଲୀପ ଭାଲସେ ପାଟିଲ ହୁଅନ୍ତୁ ଅବା ପ୍ରଫୁଲ୍ଲ ପଟେଲ କିମ୍ବା ଛଗନ ଭୁଜବଳ ହୁଅନ୍ତୁ, ଏହି ଲୋକମାନେ ସେପରି ଦଳ ଛାଡିବେ ନାହିଁ। ଆସନ୍ତାକାଲି ସୁପ୍ରିୟା ସୁଲେ କେନ୍ଦ୍ରରେ ମନ୍ତ୍ରୀ ହୋଇଗଲେ ବି ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ। ଏହି ସବୁ ଜିନିଷ ସକାଳେ ଶପଥ ଗ୍ରହଣ ସମାରୋହରୁ ଆରମ୍ଭ ହୋଇଥିଲା, ତା’ପରେ ଶିବସେନା, ଏନସିପି ଏବଂ କଂଗ୍ରେସର ପାର୍ଟି ହୋଇଥିଲା। ସେଥିପାଇଁ ମହାରାଷ୍ଟ୍ରରେ କିଏ ଶତ୍ରୁ ଏବଂ କିଏ ମିତ୍ର ଏହା କିଛି ବାକି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟା ସୂର୍ଯ୍ୟପରାଗ… ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ! କହିଲେ ଅଗଷ୍ଟ ୧୨ରେ ଭାରତରେ ଘଟିବ…

ଅଗଷ୍ଟ ୧୨ ରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗୁଛି। କିନ୍ତୁ ଆପଣ ଜାଣନ୍ତି କି ଏହି ସୂର୍ଯ୍ୟପରାଗ ଗୋଟିଏ ବ୍ୟାକୱାର୍ଡ ସୋଲାର ଏକ୍ଲିପ୍ସ (Backward Solar Eclipse) ଅର୍ଥାତ୍…

‘କିସିଂ ସିନକୁ ନେଇ ଉଠିଲା ବିବାଦ’: ପବନ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କାଜଲ ରାଘୱାନୀ

ଚେନ୍ନାଇ,୭।୮: କଲର୍ସ ଟିଭିର ନୂଆ ରିଆଲିଟି ଶୋ’ ‘ଭୋଜପୁରୀ ବାୱଲ’ ନିରନ୍ତର ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅନେକ ବଡ଼ ତାରକା ଅଛନ୍ତି, ଯେଉଁମାନେ…

୧୨ ଅଗଷ୍ଟରେ ଭୟଙ୍କର ଗ୍ରହଣ ଯୋଗ: ଜ୍ୟୋତିଷଙ୍କ ବଡ଼ ଚେତାବନୀ, ୩ ରାଶି ଭୋଗିବେ କଷ୍ଟ, ପିଛା ଛାଡିବନି…

୧୨ ଅଗଷ୍ଟ ୨୦୨୬ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ । ସୂର୍ଯ୍ୟ, ଚନ୍ଦ୍ର, ଏବଂ ରାହୁଙ୍କ ସଂଯୋଗରୁ ସୃଷ୍ଟି ହେବ ପରାଗ। ଏହି ପରାଗ ଭାରତରେ ଦେଖାଦେବ ନାହିଁ…

କାହିଁକି ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ୩ ଅଭିଯୁକ୍ତ? ବଡ଼ ଖୁଲାସା କଲେ…

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମ କର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ହତ୍ୟା…

Gen Zକୁ ନେଇ ମୋହନ ଭାଗବତ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୭।୮: ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ Gen Zଙ୍କ ମଧ୍ୟରେ ଆଲୋଚନା ସମ୍ପର୍କରେ ରାଜନୈତିକ ବୟାନବାଜି ଜାରି ରହିଛି। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

ନାହିଁ ଆଧାର କାର୍ଡ: ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଯୁବତୀ

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):ପ୍ରଶାସନିକ ଅବହେଳା ଓ ପରିଚୟପତ୍ରର ଅଭାବ ଯୋଗୁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବତୀ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ରହିଥିବା ଘଟଣା ସାମ୍ନାକୁ ଆସିଛି।…

‘ହସ୍ତତନ୍ତ ଦିବସ’ରେ କୁକୁର ସହ ଭିଡ଼ିଓ କଲେ ରାହୁଲ, କହିଲେ ମା’ ସୋନିଆ ଦେଖିଲେ..

ନୂଆଦିଲ୍ଲୀ,୭।୮: ଭାରତୀୟ ଜାତୀୟ କଂଗ୍ରେସ (INC) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିନ୍ନ ସ୍ବାଦର ଭିଡିଓ ଶେୟାର କରିଛି। ଭିଡିଓରେ ଲୋକ ସଭାର ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri